Ticket Prices: ଅରିଜିତ୍ ସିଂ ବନାମ ଦିଲ୍‌ଜିତ୍ ଦୋସାଞ୍ଜ: କାହାର କନ୍‌ସର୍ଟ ଟିକେଟ୍ ଅଧିକ ମହଙ୍ଗା?

6 days ago 5
ARTICLE AD BOX

ମୁମ୍ବାଇ:  ଭାରତର ଦୁଇ ଜଣ ଅତ୍ୟନ୍ତ ଲୋକପ୍ରିୟ ସଙ୍ଗୀତ ଶିଳ୍ପୀ ଅରିଜିତ୍‌ ସିଂ ଏବଂ ଦିଲ୍‌ଜିତ୍‌ ଦୋସାଞ୍ଜ ପୁଣି ଥରେ ଦେଶବ୍ୟାପୀ ନିଜର ମ୍ୟୁଜିକ୍‌ ଟୁର୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏଥର ସେମାନଙ୍କ ଶୋ’ର ଟିକେଟ୍‌ ମୂଲ୍ୟ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଗୋଟିଏ ପଟେ ଅରିଜିତ୍‌ ସିଂଙ୍କ ପ୍ରିମିୟମ୍‌ କୋନ୍‌ସର୍ଟ ପ୍ୟାକେଜ୍‌ର ମୂଲ୍ୟ ୧୧.୮ ଲକ୍ଷ ଟଙ୍କା ଛୁଇଁଥିବା ବେଳେ, ଅନ୍ୟପଟେ ପଞ୍ଜାବୀ ସୁପରଷ୍ଟାର୍‌ ଦିଲ୍‌ଜିତ୍‌ ଦୋସାଞ୍ଜ ନିଜର ସର୍ବାଧିକ ଟିକେଟ୍‌ ମୂଲ୍ୟ ମାତ୍ର ୧୮,୦୦୦ ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତି। ସଙ୍ଗୀତ ଜଗତରେ ୨୦ ବର୍ଷ ପୂରଣ ଅବସରରେ ଅରିଜିତ୍‌ ସିଂ ୨୦୨୭ ମସିହାରେ ଭାରତର ୯ଟି ପ୍ରମୁଖ ସହରରେ ବିଶାଳ ଟୁଅର୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରା ଜାନୁଆରୀ ୨୦୨୭ ରୁ ମେ ୨୦୨୭ ପର୍ଯ୍ୟନ୍ତ ଚାଲିବ।

  • ଆରମ୍ଭ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରୁ (ଜାନୁଆରୀ ୯, ୨୦୨୭)

  • ଟିକେଟ୍‌ ମୂଲ୍ୟ: ସାଧାରଣ ସିଟ୍‌ ପାଇଁ ୯୯୯ ଟଙ୍କା ରୁ ଆରମ୍ଭ ହୋଇ ମୁମ୍ବାଇର ମହାରାଷ୍ଟ୍ର ରେସ୍‌କୋର୍ସରେ ପ୍ରିମିୟମ୍‌ ୧୫-ସିଟର ଟେବୁଲ୍‌ ପାଇଁ ୧୧.୮ ଲକ୍ଷଟଙ୍କା ପର୍ଯ୍ୟନ୍ତ ରହିଛି।

୧୧.୮ଲକ୍ଷ ଟଙ୍କା ପ୍ୟାକେଜ୍‌ରେ କ’ଣ ସବୁ ସୁବିଧା ମିଳିବ?

ଅଫିସିଆଲ୍‌ ଟିକେଟିଂ ପାର୍ଟନର ଅନୁଯାୟୀ, ଏହି ଦାମୀ ପ୍ୟାକେଜ୍‌ଗୁଡ଼ିକ ଏକ ସ୍ୱତନ୍ତ୍ର ଅନୁଭୂତି ପାଇଁ ତିଆରି କରାଯାଇଛି। ଏଥିରେ ରହିଛି:

  • ଆରାମଦାୟକ କାଉଚ୍ ସିଟିଂ

  • ସ୍ୱତନ୍ତ୍ର ଉପହାର ଓ ପ୍ରିମିୟମ୍‌ ଆଲକୋହଲ୍‌ ବୋତଲ

  • ସ୍ୱତନ୍ତ୍ର ଗେଟ୍‌ ଦେଇ ପ୍ରବେଶ ଓ ପ୍ରସ୍ଥାନ, ଏବଂ ଅଲଗା ଶୌଚାଳୟ ସୁବିଧା

  • ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌: ଜଣେ ବ୍ୟକ୍ତିଗତ କଣ୍ଟେଣ୍ଟ କ୍ରିଏଟର୍‌ ଅତିଥିଙ୍କ ଭିଡିଓ ସୁଟିଂ କରି ଶୋ’ର ପରଦିନ ସେମାନଙ୍କୁ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ବିଏସଏନଏଲର ଧମାକାଦାର ଅଫର୍: ନିଜ ପସନ୍ଦ ଅନୁସାରେ ବାଛନ୍ତୁ ଓଟିଟି ପ୍ଲାଟଫର୍ମ

ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ଅଧିକ ମୂଲ୍ୟ ସତ୍ତ୍ୱେ ଅରିଜିତ୍‌ଙ୍କ ପ୍ରିମିୟମ୍‌ ଟିକେଟ୍‌ଗୁଡ଼ିକରୁ ପ୍ରାୟ୬୦% ଟିକେଟ୍‌ ଆଗୁଆ ବିକ୍ରି  ହୋଇସାରିଛି। ୨୦୨୪ ର ନିଜର 'ଦିଲ୍‌ ଲୁମିନାତି ଟୁର୍‌' ର ଭବ୍ୟ ସଫଳତା ପରେ, ଦିଲ୍‌ଜିତ୍‌ ଦୋସାଞ୍ଜ ନିଜର ଅରା ୱାଲ୍ହ୍‌ ଟୁର୍‌ ର ଭାରତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି। କିନ୍ତୁ ଅରିଜିତ୍‌ଙ୍କ ତୁଳନାରେ ଦିଲ୍‌ଜିତ୍‌ ନିଜ ଟିକେଟ୍‌ର ମୂଲ୍ୟକୁ ସାଧାରଣ ଫ୍ୟାନ୍‌ଙ୍କ ପହଞ୍ଚ ମଧ୍ୟରେ ରଖିବାକୁ ଚେଷ୍ଟା କରିଛନ୍ତି। ସର୍ବାଧିକ ଟିକେଟ୍‌ ମୂଲ୍ୟ: ମାତ୍ର ₹୧୮,୦୦୦

ଟୁଅର୍‌ ସୂଚୀ: ଦିଲ୍ଲୀ-ଏନ୍‌ସିଆର୍‌ (ନଭେମ୍ବର ୧),ଇନ୍ଦୋର (ନଭେମ୍ବର ୧୫), ଅହମ୍ମଦାବାଦ (ନଭେମ୍ବର ୨୧), ମୁମ୍ବାଇ (ନଭେମ୍ବର ୨୭), ବେଙ୍ଗାଲୁରୁ (ନଭେମ୍ବର ୨୯), ଲକ୍ଷ୍ନୌ (ଡିସେମ୍ବର ୫)

ଦିଲ୍‌ଜିତ୍‌ଙ୍କ ଏହି ପଦକ୍ଷେପ ଯୋଗୁଁ ଅଧିକରୁ ଅଧିକ ପ୍ରଶଂସକ କୌଣସି ଅତ୍ୟଧିକ ମହଙ୍ଗା ଭିଆଇପି ପ୍ୟାକେଜ୍‌ ନକିଣି ସୋ’ର ମଜା ନେଇପାରିବେ।

ଆହୁରି ପଢ଼ନ୍ତୁ: ଆର୍‌ଏସ୍‌ଏସ୍‌କୁ ପୁରୁଷ ପ୍ରାଧାନ୍ୟ ସଙ୍ଗଠନ କହି କଟାକ୍ଷ କଲେ ରାହୁଲ; ବିଜେପିର ପାଲଟା ଜବାବ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.