ARTICLE AD BOX
ପୁରୀ/ଭୁବନେଶ୍ୱର: ଐତିହ୍ୟଗ୍ରାମ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ନିମନ୍ତେ ଆଜି (ମଙ୍ଗଳବାର) ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ୱତନ୍ତ୍ର ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
କୋଣାର୍କ ଦେଖି ବିମୋହିତ ହେଲେ ସିଙ୍ଗାପୁର ରାଷ୍ଟ୍ରପତି: କଳାଗ୍ରାମ ରଘୁରାଜପୁର, କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଲେ
ଏହି ଅବସରରେ ମନ୍ତ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଛନ୍ତି, "ରଘୁରାଜପୁର ହେଉଛି ରାଜ୍ୟର କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଏହି ପ୍ରକଳ୍ପ ରଘୁରାଜପୁରର ପର୍ଯ୍ୟଟନ ବିକାଶରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଏଠାକାର ପ୍ରସିଦ୍ଧ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଏବଂ ସମୃଦ୍ଧ କଳା-ପରମ୍ପରାକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇବା ସହ ରଘୁରାଜପୁରକୁ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା।"
ରଘୁରାଜପୁରର ପାଇଁ ମଞ୍ଜୁର ୧୦ କୋଟି ଆତ୍ମସାତ୍ ଅଭିଯୋଗ: ସିବିଆଇ ତଦନ୍ତ ପାଇଁ ମାମଲା
ସୂଚନାଯୋଗ୍ୟ ଯେ ଏହି ସମନ୍ୱିତ ବିକାଶ ଯୋଜନା ଅଧୀନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ବ୍ୟୟରେ ଗ୍ରାମର ଭିତ୍ତିଭୂମିର ଉନ୍ନତୀକରଣ, କଳାକାରଙ୍କ ସୁବିଧା, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା ଏବଂ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ, କାଠଖୋଦେଇ ଓ ମୃଣ୍ମୟ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଯୋଗାଇଦେବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ରଖା ଯାଉଛି।
ରଘୁରାଜପୁର ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ
ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପିପିଲିର ମାନ୍ୟବର ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

1 week ago
3


