Tremendous business: ରିଲିଜ୍‌ ପୂର୍ବରୁ ଜବରଦସ୍ତ ବ୍ୟବସାୟ

5 days ago 3
ARTICLE AD BOX

ରିଲିଜ୍‌ ହେବାର ୧୫ ଦିନ ପୂର୍ବରୁ ହିଁ ବେଶ୍ ଭଲ ବେପାର କଲାଣି ନିତେଶ ତିୱାରୀଙ୍କ ‘ରାମାୟଣ’। ଏହାର ଅଗ୍ରୀମ ଟିକେଟ୍‌ ବିକ୍ରି ବା ଆଡ୍‌ଭାନ୍‌ସ ବୁକିଂ ୩ କୋଟି ଟଙ୍କା ପାର୍‌ କରି ସାରିଲାଣି। ସୂଚନା ଅନୁସାରେ, ମୁମ୍ବାଇର ମଲ୍‌ଟିପ୍ଲେକ୍ସ୍‌ରେ ୨୭୭୦ ଟଙ୍କାର ସମସ୍ତ ଟିକେଟ୍‌ ବିକ୍ରି ହୋଇଯାଇଛି। ପୁଣି ୧୫୫୦ ଟଙ୍କିଆ ଟିକେଟ୍‌ ବି ‌‌ଶେଷ ହେବା ଉପରେ। ‘ରାମାୟଣ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିବା ଏହା ପ୍ରମାଣିତ କରୁଛି।

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

ରିପୋର୍ଟ ଅନୁସାରେ, ଅକ୍‌ଟୋବର୍‌ ୨୦ରେ ‘ରାମାୟଣ’ର ଆଡଭାନ୍‌ସ ବୁକିଂ ଆରମ୍ଭ ହୋଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଫିଲ୍ମଟି ୩.୧୩ କୋଟି ଟଙ୍କା ଆୟ କରିସାରିଛି। ଦେଶର ୧୦୪ଟି ସହରରେ ୩୫୩୭ଟି ସୋ’ ପାଇଁ ୮୬୧୮୭ଟି ଟିକେଟ୍‌ ବିକ୍ରି ହୋଇଥିବା ସୂଚନା ମିଳିଛି। ତଥ୍ୟ ଅନୁସାରେ, ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ ସର୍ବାଧିକ ବୁକିଂ ହୋଇଥିବାବେଳେ ଅନ୍ୟ ଭାଷାର ସୋ’ ପାଇଁ ବୁକିଂ ଆରମ୍ଭ ହେବା ପରେ ଆୟ ଆହୁରି ବଢ଼ିବା ସମ୍ଭାବନା ରହିଛି। ଏବେ ସମସ୍ତଙ୍କ ନଜର ଫିଲ୍ମର ପରବର୍ତ୍ତୀ ବୁକିଂ ରେକର୍ଡ ଉପରେ।

Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକାରେ, ସାଇ ପଲ୍ଲବୀ ସୀତା ଭୂମିକାରେ ଏବଂ ୟଶ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ସନ୍ନି ଦେଓଲ ହନୁମାନଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍‌ ହେବାକୁ ଯୋଜନା ରହିଛି। ଏହାର ପ୍ରଥମ ଭାଗ ଆସନ୍ତା ନଭେମ୍ବର ୫ରେ ସିନେମା ହଲ୍‌କୁ ଆସିବା ଘୋଷଣା ହୋଇଛି। ପୌରାଣିକ କାହାଣୀ, ଦମ୍‌ଦାର ଷ୍ଟାର୍‌କାଷ୍ଟ୍‌ ଓ ଭବ୍ୟ ନିର୍ମାଣକୁ ନେଇ ଫିଲ୍ମଟି ପୂର୍ବରୁ ହିଁ ଚର୍ଚ୍ଚାରେ ରହିଛି। ଏବେ ଆଡ୍‌ଭାନ୍‌ସ ବୁକିଂ ଦେଖି ଫିଲ୍ମଟି ବକ୍ସ୍‌ ଅଫିସ୍‌ରେ ବଡ଼ ସଫଳତା ହାସଲ କରିବ ‌ବୋଲି ଆଶା କରାଯାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.