Trump Security: ନିଜ ସୁରକ୍ଷା ବିଷୟରେ ଚିନ୍ତା କର: ଟ୍ରମ୍ପଙ୍କୁ ଇରାନର କଡ଼ା ଜବାବ

1 week ago 4
ARTICLE AD BOX

ତେହେରାନ/ୱାସିଂଟନ:ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଆମେରିକା ଦଖଲ କରିବା ନେଇ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଇରାନ ଦେଇଛି। ଟ୍ରମ୍ପଙ୍କ ଧମକକୁ ଉପହାସ କରି ଇରାନ କହିଛି ରାଷ୍ଟ୍ରପତି ନିଜକୁ ପ୍ରତାରଣା କରି ବିଭିନ୍ନ ପ୍ରକାରର ମିଛ କହୁଛନ୍ତି। ଟ୍ରମ୍ପ ଅନ୍ୟ କୌଣସି ବିଷୟରେ ଅଯଥା ନପଶି ନିଜ ସୁରକ୍ଷା ବିଷୟରେ ଚିନ୍ତା କରିବା ଆବଶ୍ୟକ। ଗତ ମାସରେ ଇରାନର ହତ୍ୟା ଧମକ ପରେ ତୁର୍କୀରୁ ପ୍ରସ୍ଥାନ କରିବା ସମୟରେ ଟ୍ରମ୍ପ ଜୀବନ ଭୟରେ ଖାଦ୍ୟ ଟ୍ରକ୍‌ରେ କିଭଳି ଲୁଚି ଲୁଚି ନିଜ ଦେଶରେ ପହଞ୍ଚିଥିଲେ ତାହା ମନେ ପକାଇ ଇରାନ କଟାକ୍ଷ କରିଛି।

ହର୍ମୁଜ୍ ପ୍ରଣାଳୀର ସମ୍ପୂର୍ଣ୍ଣ ଅବରୋଧ ବଜାୟ

ଟ୍ରମ୍ପ ଆମେରିକାର ନୌସେନା ହର୍ମୁଜ୍ ପ୍ରଣାଳୀର ସମ୍ପୂର୍ଣ୍ଣ ଅବରୋଧ ବଜାୟ ରଖିଛି ବୋଲି କହିବା ଏବଂ ଇରାନକୁ ପରାସ୍ତ କରିବା ପରେ ୱାସିଂଟନ ଏହି ପ୍ରଣାଳୀକୁ ଆମେରିକୀୟ ଅଞ୍ଚଳ ବୋଲି ଦାବି କରିବ ବୋଲି କହିବାର ଗୋଟିଏ ଦିନ ପରେ ଇରାନ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ଅଧ୍ୟକ୍ଷ ଇବ୍ରାହିମ୍ ଅଜିଜି ଏକ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କୁ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ନାନା ପ୍ରକାର ମିଛ କହିବା ପରିବର୍ତ୍ତେ ନିଜ ସୁରକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍। କିଭଳି ଟ୍ରମ୍ପ ଖାଦ୍ୟ ଟ୍ରକରେ ଲୁଚି ଆମେରିକା ଫେରିଥିଲେ ତାହା କ’ଣ ଆଉ ମନେ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି।

Iran: କତର ଆମର ୩ ପାଇଲଟଙ୍କୁ ଛଅ ମାସ ଧରି ବନ୍ଧକ ରଖିଛି: ଇରାନର ଦାବିକୁ ଖଣ୍ଡନ କଲା ଦୋହା

ଜୁଲାଇ ମାସରେ ନାଟୋ ସମ୍ମିଳନୀ ପରେ ଟ୍ରମ୍ପଙ୍କ ଅଙ୍କାରାରୁ ପ୍ରସ୍ଥାନ ସମୟରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ସୁରକ୍ଷା ଅଭିଯାନକୁ ନେଇ ଅଜିଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ସମୟରେ, ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ଆମେରିକୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଘୋଷଣା କରିବା ବିଷୟରେ ଏକ ମଜାଳିଆ ଢଙ୍ଗରେ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.