ARTICLE AD BOX
ବିନିକା (ଅକ୍ଷୟ କୁମାର ପୁଜାହାରି): ଆଜି (ସୋମବାର) ସନ୍ଧ୍ୟାରେ ସୋନପୁର ବିନିକା ମୂଖ୍ୟରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇ ଦୁଇ ମୋଟରସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ବିନିକା ଥାନା ଅଧୀନ ବାହୁପାଲି ଗାଁର ଗଣେଶ ନାୟକ (୨୦) ଓ ତାଲମୁଣ୍ଡାର ସରୋଜ ଭୋଇ (୨୭) ବୋଲି ଜଣାଯାଇଛି।
ସୂଚନାନୁସାରେ, ସୋନପୁର –ବିନିକା ମୂଖ୍ୟରାସ୍ତାରେ ଏକ କଳାପଲସର ମୋଟରସାଇକଲରେ ଗଣେଶ ଓ ସରୋଜ ନିଜ ଘରକୁ ଫେରୁଥିଲେ। ବିନିକା ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟର ପଛପଟରେ ପିଟି ହୋଇଯାଇଥିଲେ। ଆଖପାଖର ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Accident: ତାଞ୍ଜାନିଆରେ କାଠ ବୋଝେଇ ଟ୍ରକ୍ ସହିତ ଧକ୍କା ପରେ ଜଳିଗଲା ଯାତ୍ରୀବାହୀ ବସ୍ : ୨୮ ମୃତ
ପରେ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକଲ ଓ ଟ୍ରାକ୍ଟରକୁ ଜବତ କରିଛନ୍ତି। ଦୁଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

2 weeks ago
7


