Two Bikers Killed: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

2 weeks ago 6
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ୍ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ମଝାପଡା ଗ୍ରାମର ଭବାନୀ ଖରସେଲ ଓ ଧୁମାମୁଣ୍ଡା ଗ୍ରାମର ସୁରେନ୍ଦ୍ର କିଶାନ। 

ଅଜଣା ଗାଡ଼ି ଫେରାର 

ମିଳିଥିବା ସୂଚନା ଅନୁସାରେ, ହେମଗିର ପଟୁ ବାଇକ ଯୋଗେ ଭବାନୀ ଓ ସୁରେନ୍ଦ୍ର ରାତିରେ ଘରକୁ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଖବର ପାଇ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଡା଼କ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

Anandapur Rail Connectivity Demand: ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବି: ତ୍ରିରଙ୍ଗା ଶୋଭାଯାତ୍ରା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.