ARTICLE AD BOX
ଭୁବନେଶ୍ବର: ପୁଣି ୟୁନିଟ-୧ ହାଟରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ମାର୍କେଟର ୨ଟି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି। ୟୁନିଟ-୧ ମାର୍କେଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ପ୍ରଶାସନ ଓ ଅଗ୍ନିଶମ ବିଭାଗ କେବଳ ଆଲୋଚନା ଓ ଯୋଜନାରେ ସୀମିତ ରହିଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା
ଭୋର୍ ସମୟରେ ସଫେଇ କରିବାକୁ ଆସିଥିବା ଲୋକମାନେ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଅଗ୍ନିଶମ ସେବା ବିଭାଗର ଦୁଇଟି ଟିମ୍ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଥିଲେ। ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ କରିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରଭାବିତ ଦୋକାନ ମଧ୍ୟରେ ଗୋଟିଏ ତେଜରାତି ଦୋକାନ ଓ ଏକ ପୂଜା ସାମଗ୍ରୀ ଦୋକାନ ରହିଛି।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
ପାଖରେ ଥିବା ଅନ୍ୟ ୩ଟି ଦୋକାନର ମଧ୍ୟ କ୍ଷତି ହୋଇଛି। ଏନେଇ ଡେପୁଟି ଫାୟାର ଅଫିସର୍ ନାରାୟଣ ଦାସ କହିଛନ୍ତି ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏତେ ବଡ଼ ମାର୍କେଟରେ କୌଣସି ଅଗ୍ନିନିରାପତ୍ତା ବ୍ୟବସ୍ଥା ନାହିଁ। ପାଖରେ ଜଳାଶୟ ମଧ୍ୟ ନାହିଁ। ତେଣୁ ନିଆଁ ଲାଗିଲେ ସାଙ୍ଗେ ସାଙ୍ଗେ ନିଆଁକୁ ଆୟତ୍ତ କରିବାକୁ କିଛି ନାହିଁ। ସରକାର, ପ୍ରଶାସନ ଓ ଅଗ୍ନିଶମ ବିଭାଗ ବାରମ୍ବାର ୟୁନିଟ-୧ ମାର୍କେଟରେ ଅଗ୍ନି ନିରାପତ୍ତା ନେଇ ଆଲୋଚନା, ଯୋଜନା କରୁଛନ୍ତି। କିନ୍ତୁ ଗ୍ରାଉଣ୍ଡରେ ଫଳ ଶୂନ। ତେଣୁ ଏହାର ସମାଧାନ ପାଇଁ ଦାବି କରିଛନ୍ତି।

5 days ago
4


