United Nations: ଅପ୍ରମାଣିତ ଅଭିଯୋଗ ଆଧାରରେ ଭାରତର ଭାବମୂର୍ତ୍ତି ଖରାପ କରିବା ଉଦ୍ୟମକୁ ଜାତିସଂଘରେ ବିରୋଧ

6 days ago 3
ARTICLE AD BOX

ଜାତିସଂଘ: ଅପ୍ରମାଣିତ ଅଭିଯୋଗ, ଅସମ୍ପୂର୍ଣ୍ଣ ପରିସଂଖ୍ୟାନ ଏବଂ ଭାରତ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ରିପୋର୍ଟ ଆଧାରରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଭାବମୂର୍ତ୍ତିକୁ ନକାରାତ୍ମକ ଭାବେ ଉପସ୍ଥାପନ କରିବା ଉଦ୍ୟମକୁ ଜାତିସଂଘରେ ଭାରତ ଦୃଢ଼ ବିରୋଧ କରିଛି। ମାନବାଧିକାର ପ୍ରସଙ୍ଗକୁ କୌଣସି ଦେଶ ଉପରେ ରାଜନୈତିକ ଚାପ ପକାଇବା କିମ୍ବା ନିର୍ଦ୍ଦିଷ୍ଟ ଦେଶକୁ ଚୟନ କରି ଟାର୍ଗେଟ୍‌ କରିବାର ମାଧ୍ୟମ କରାଯିବା ଉଚିତ ନୁହେଁ ବୋଲି ଭାରତ କହିଛି।

ମଙ୍ଗଳବାର ନ୍ୟୁୟର୍କସ୍ଥିତ ଜାତିସଂଘ ମହାସଭାର ତୃତୀୟ କମିଟିରେ ବଳପୂର୍ବକ ନିଖୋଜ ଘଟଣା ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରସଙ୍ଗ ଉପରେ ଭାରତ ପକ୍ଷରୁ ବିବୃତି ରଖାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟର ଉପସଚିବ ବରଖା ତମ୍ରାକର ଭାରତର ପକ୍ଷ ରଖି କହିଥିଲେ ଯେ ଭାରତ ବିରୋଧରେ କୌଣସି ଅଭିଯୋଗ ନିରପେକ୍ଷତା ଓ ସ୍ୱଚ୍ଛତା ଆଧାରରେ ହେବା ଆବଶ୍ୟକ।

ସ୍ପଷ୍ଟୀକରଣ ଦେବାକୁ ଭାରତ ପ୍ରସ୍ତୁତ

ରିପୋର୍ଟରେ ଯାହା ଉଲ୍ଲେଖ ରହିଛି, ସେହି ତଥ୍ୟକୁ ଠିକ୍‌ ଭାବେ ଉପସ୍ଥାପନ କରିବାକୁ ସେ ଆହ୍ୱାନ କରିଥିଲେ। ନିର୍ଦ୍ଦିଷ୍ଟ ମାମଲା ସମ୍ପର୍କରେ ଉପଯୁକ୍ତ ଦସ୍ତାବିଜ୍‌ ଓ ପ୍ରମାଣ ଥିଲେ, ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସେଗୁଡ଼ିକର ସ୍ପଷ୍ଟୀକରଣ ଦେବାକୁ ଭାରତ ପ୍ରସ୍ତୁତ ବୋଲି ସେ କହିଥିଲେ। କିନ୍ତୁ ଅପ୍ରମାଣିତ ଦାବି, ଅସମ୍ପୂର୍ଣ୍ଣ ତଥ୍ୟ ଆଧାରରେ ଦେଶର ଭାବମୂର୍ତ୍ତି ଖରାପ କରିବା ଉଦ୍ୟମକୁ ଭାରତ ଗ୍ରହଣ କରିବ ନାହିଁ। 

ଦିଲ୍ଲୀରେ ନିକଟରେ ହୋଇଥିବା ଯୁବନେତୃତ୍ୱାଧୀନ ଆନ୍ଦୋଳନକୁ ପୁଲିସ ଯେଉଁଭଳି ମୁକାବିଲା କରିଥିଲା, ତାହାକୁ ନେଇ ଜାତିସଂଘର ମାନବାଧିକାର ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଥିବା ପରିପ୍ରେକ୍ଷୀରେ ଭାରତର ଏହି ବିବୃତି ଆସିଛି। ମଙ୍ଗଳବାର ଜେନେଭାରେ ୨୦ରୁ ଅଧିକ ଜାତିସଂଘ ମାନବାଧିକାର ବିଶେଷଜ୍ଞ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚିନ୍ତା ପ୍ରକାଶ କରିଥିଲେ।

India US Relations: ରୁବିଓଙ୍କୁ ୨୬/୧୧ ଆକ୍ରମଣର ବାସ୍ତବତା ମନେ ପକାଇଲେ ଜୟଶଙ୍କର

ଆନ୍ଦୋଳନକାରୀଙ୍କୁ ଅଟକ ରଖିବା, ବଳ ପ୍ରୟୋଗ ଏବଂ ସଭାସମିତି ଉପରେ କଟକଣା ଲଗାଇବା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ସେମାନେ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଭାରତ ଜାତିସଂଘର ଜଣେ ମାନବାଧିକାର ବିଶେଷଜ୍ଞଙ୍କ ମନ୍ତବ୍ୟକୁ ଅପ୍ରମାଣିତ ତଥ୍ୟ ଆଧାରିତ ବୋଲି ଖଣ୍ଡନ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.