United Nations : କାର୍ଗିଲ ଯୁଦ୍ଧରେ ନିହତ ନିଜ ସୈନିକଙ୍କ ମୃତଦେହ ଗ୍ରହଣ କରି ନଥିଲା ପାକିସ୍ତାନ: ଜାତିସଂଘରେ ଭାରତ

4 days ago 4
ARTICLE AD BOX

ଜାତିସଂଘ: ୧୯୯୯ର କାର୍ଗିଲ ଯୁଦ୍ଧରେ ନିହତ ନିଜ ସୈନିକଙ୍କ ମୃତଦେହ ଗ୍ରହଣ କରିବାକୁ ପାକିସ୍ତାନ ମନା କରିଥିଲା। ଏଭଳି ଦେଶ ଧାର୍ମିକ ସ୍ୱାଧୀନତା, ବିଶ୍ୱାସ ଓ ଅନ୍ତିମ ସଂସ୍କାର ଅଧିକାର ନେଇ ଭାରତକୁ ଉପଦେଶ ଦେବା ବିଡମ୍ବନାର ବିଷୟ ବୋଲି ଜାତିସଂଘରେ କହିଛି ଭାରତ। ଜାତିସଂଘରେ ଭାରତର ସ୍ଥାୟୀ ମିସନ୍‌ର ପ୍ରଥମ ସଚିବ ଭାବିକା ମଙ୍ଗଳାନନ୍ଦନ ଗୁରୁବାର ଏକ ଆଲୋଚନାରେ ଏହି ମନ୍ତବ୍ୟ ଦେଇଛନ୍ତି।

ଆହୁରି ପଢନ୍ତୁ :Cyclone: ଆର୍ଯ୍ୟପଲ୍ଲୀରେ ଭୟ, ସହାୟତା ଦାବି କଲେ ମତ୍ସ୍ୟଜୀବୀ

ଧାର୍ମିକ ସ୍ୱାଧୀନତା ଓ ବିଶ୍ୱାସ ସମ୍ପର୍କିତ ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ନାଜିଲା ଘାନିଆଙ୍କ ଅନ୍ତରୀଣ ରିପୋର୍ଟ ଉପରେ ଆଲୋଚନା ବେଳେ ମଙ୍ଗଳାନନ୍ଦନ ପାକିସ୍ତାନକୁ ଜବାବ ଦେଇଥିଲେ। ଜମ୍ମୁ-କାଶ୍ମୀରରେ ସୁରକ୍ଷା ଅଭିଯାନରେ ନିହତ ବ୍ୟକ୍ତିଙ୍କ ମୃତଦେହ ପରିବାରକୁ ନ ଫେରାଇବା ଓ ଗୁପ୍ତରେ ଅନ୍ତିମ ସଂସ୍କାର କରିବା ଭଳି ଅଭିଯୋଗ ରିପୋର୍ଟରେ ଉଠାଯାଇଥିଲା। ଏହାଦ୍ୱାରା ବିଶେଷକରି ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆହୁରି ପଢନ୍ତୁ :Bangladesh jails: ଦଣ୍ଡ ଶେଷ ପରେ ବି ବାଂଲାଦେଶ ଜେଲ୍‌ରେ ଅଟକିଛନ୍ତି ୧୬୮ ଭାରତୀୟ

ଏହାର ଜବାବରେ ଭାରତୀୟ କୂଟନୀତିଜ୍ଞ କହିଥିଲେ, କାର୍ଗିଲ ଯୁଦ୍ଧରେ ନିହତ ଅନେକ ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ଭାରତୀୟ ସେନା ସାମରିକ ସମ୍ମାନ ସହ ଏବଂ ଇସ୍‌ଲାମୀୟ ରୀତିନୀତି ଅନୁସାରେ କବର ଦେଇଥିଲା। ସେତେବେଳେ ପାକିସ୍ତାନ ନିଜ ସେନାର ଯବାନମାନେ ଯୁଦ୍ଧରେ ସାମିଲ ଥିବା କଥାକୁ ସ୍ୱୀକାର କରି ନଥିଲା। ଏହା ସତ୍ତ୍ୱେ ଏବେ ଧାର୍ମିକ ଅଧିକାର ନେଇ ପାକିସ୍ତାନର ମନ୍ତବ୍ୟକୁ ଭାରତ ସମାଲୋଚନା କରିଛି। ମଙ୍ଗଳାନନ୍ଦନ ଆହୁରି କହିଥିଲେ, ପାକିସ୍ତାନ ଜମ୍ମୁ-କାଶ୍ମୀରରେ କ’ଣ ଘଟୁଛି, ସେଥିପ୍ରତି ଅତ୍ୟଧିକ ଆଗ୍ରହ ଦେଖାଇବା ପରିବର୍ତ୍ତେ ନିଜ ଅଧୀନରେ ଥିବା ଜମ୍ମୁ-କାଶ୍ମୀର ଅଞ୍ଚଳ, ବିଶେଷକରି ରାୱଲାକୋଟର ସ୍ଥିତି ଉପରେ ଧ୍ୟାନ ଦେବା ଉଚିତ।

ଆହୁରି ପଢନ୍ତୁ :ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ

 ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସଂଖ୍ୟା କମୁଥିବା ଏବଂ ସେମାନଙ୍କ ଅଧିକାର ନିୟମିତ ଭାବେ ଉଲ୍ଲଂଘନ ହେଉଥିବା ଅଭିଯୋଗ ମଧ୍ୟ ସେ ଉଠାଇଥିଲେ। ନିଜ ସଂଖ୍ୟାଲଘୁଙ୍କ ସୁରକ୍ଷା ଦେଇପାରୁ ନଥିବା ଦେଶ ଭାରତକୁ ଉପଦେଶ ଦେବାର ନୈତିକ ଅଧିକାର ରଖେ ନାହିଁ ବୋଲି ସେ କହିଥିଲେ। ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ଅଧିକାର ପ୍ରସଙ୍ଗରେ ମଧ୍ୟ ଭାରତ ଆପତ୍ତି ଉଠାଇଥିଲା। ଆତଙ୍କବାଦୀମାନେ ନିରୀହ ଲୋକଙ୍କ ଜୀବନ ନେବା ସହ ସମାଜକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ତେଣୁ ସେମାନଙ୍କ ଅଧିକାର ଉପରେ ଆଲୋଚନା କଲାବେଳେ ଆତଙ୍କବାଦର ପୀଡ଼ିତଙ୍କ ଅଧିକାରକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.