University ED Raid: ଜୌହର୍‌ ବିଶ୍ବବିଦ୍ୟାଳୟ ସମେତ ଆଜମ୍‌ ଖାନ୍‌ଙ୍କ ୧୦ ଠିକଣାରେ ଇଡି ଚଢ଼ାଉ

1 week ago 3
ARTICLE AD BOX

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ମହାସଚିବ ଆଜମ ଖାନ୍‌ଙ୍କ ଜୌହର ବିଶ୍ୱବିଦ୍ୟାଳୟ ସମେତ ଉତ୍ତର ପ୍ରଦେଶର ରାମପୁରର ଅନେକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଇଡି ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି। ବୁଧବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉତ୍ତର ପ୍ରଦେଶର ରାମପୁର ଓ ଶାହାରନପୁର ଏବଂ ଦିଲ୍ଲୀରେ ଆଜମ ଖାନଙ୍କ ବିଭିନ୍ନ ଠିକଣାରେ ତଲାସ ଚଳାଇଛି। ଇଡିର ଟିମ୍‌ ରାମପୁରରେ ଜୌହର ବିଶ୍ବବିଦ୍ୟାଳୟ ସମେତ ଆଜମ ଖାନ୍‌ଙ୍କ ସହିତ ଜଡ଼ିତ ଅନେକ ଠିକଣାରେ ଚଢ଼ାଉ କରିଥିଲା।

ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଇଡି ଟିମ୍‌ ଜୌହର ବିଶ୍ବବିଦ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ମନି ଲଣ୍ଡରିଂ ମାମଲାରେ ଇଡି ଲକ୍ଷ୍ନୌରେ ମାମଲା ରୁଜୁ କରିଛି। ଏହାପୂର୍ବରୁ ମଧ୍ୟ ଜୌହର ବିଶ୍ବବିଦ୍ୟାଳୟ ଇଡି ଟିମ୍‌ ଚଢାଉ କରିସାରିଛି। ଏହି ଚଢ଼ାଉ ପରେ ଆଜମ୍‌ ଖାନ୍‌ ଓ ତାଙ୍କ ଘନିଷ୍ଠ ସହଯୋଗୀ ଚିନ୍ତା ବଢ଼ି ଯାଇଛି। ଆଜମ୍‌ ଖାନ୍‌ ଏବେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ସଜ୍ଜା କାଟୁଛନ୍ତି। ରାମପୁରରେ ପାଖାପାଖି ୬ଟି ସ୍ଥାନ, ଶାହାରନ୍‌ପୁରରେ ଦୁଇଟି ସ୍ଥାନରେ ଚଢ଼ଉ ଚାଲିଛି। ଶାହାରନ୍‌ପୁରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଦୀପକ ଗୁପ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଇଡି ଚଢ଼ଉ କରିଛି। ଏହାସହିତ ଦିଲ୍ଲୀରେ ଜୌହର ଆସୋସିଏଟ୍‌ର ପାଟର୍ନର ସୟେଦ୍‌ ଖାଲିକଙ୍କ ଘରେ ଚଢ଼ଉ ହୋଇଛି।

Gold Mine Collapse: କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ସୁନା ଖଣି ଧସିଲା: ୩୦ ଶ୍ରମିକ ମୃତ, ଅନେକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା

ଇଡି ଲକ୍ଷ୍ନୌ ଆଞ୍ଚଳିକ କାର୍ଯ୍ୟାଳୟ ଅନୁଯାୟୀ, ରାମପୁରର ମୌଲାନା ମହମ୍ମଦ ଅଲ୍ଲୀ ଜୌହର ଟ୍ରଷ୍ଟ ଓ ମହମ୍ମଦ ଅଲ୍ଲୀ ଜୌହର ବିଶ୍ବବିଦ୍ୟାଳୟ ସହିତ ଜଡ଼ି ମନି ଲଣ୍ଡରିଂ ମାମଲାର ତଦନ୍ତ କରାଯାଇଛି। ସରକାରୀ ପାଣ୍ଠିର ବ୍ୟବହାର ସହିତ ଜଡିତ ଆର୍ଥିକ ରେକର୍ଡ, ଡକ୍ୟୁମେଣ୍ଟ ଓ ଡିଜିଟାଲ୍ ପ୍ରମାଣ ସହିତ ଅପରାଧର କଥିତ ଆୟକୁ ଠାବ କରିବା ପାଇଁ ଚଢ଼ାଉର ଲକ୍ଷ୍ୟ ବୋଲି କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.