Urvashi's tricolor gown: ଉର୍ବଶୀଙ୍କ ତ୍ରିରଙ୍ଗା ଗାଉନ୍‌

1 day ago 4
ARTICLE AD BOX

ଅଭିନେତ୍ରୀ ତଥା ମଡେଲ୍‌ ଉର୍ବଶୀ ରୌତେଲା ଜୟପୁରରେ ଆୟୋଜିତ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଯେଉଁ ଗାଉନ୍‌ଟି ପିନ୍ଧିଥିଲେ ତାହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଷ୍ଟ୍ରାପ୍‌ଲେସ୍‌ ଗାଉନ୍‌ରେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ପଟି ରହିଛି ଏବଂ ମଝିରେ ଅଶୋକ ଚକ୍ର ଦ୍ବାରା ଅନୁପ୍ରାଣିତ ନୀଳ ଚକ୍ର ଖଚିତ ହୋଇଛି। ଜଣେ ଅନ୍ତର୍ଜାତୀୟ ଡିଜାଇନର୍‌ ତିନି ମାସର ପରିଶ୍ରମ ବଳରେ ଏହି ପୋଷାକ ପ୍ରସ୍ତୁତ କରିଛନ୍ତି। ଉର୍ବଶୀ କହିଛନ୍ତି ଯେ ଏହି ପୋଷାକ ତାଙ୍କ ଦେଶପ୍ରେମର ଭାବନାକୁ ପ୍ରତିଫଳିତ କରୁଛି।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସାମାଜିକ ଗଣମାଧ୍ୟମରେ ଗୋଟିଏ ଗୋଷ୍ଠୀ ଉର୍ବଶୀଙ୍କ ଏହି ଅଭିନବ ଅବତାରକୁ ପ୍ରଶଂସା କରୁଥିବାବେଳେ ଅନ୍ୟ ଗୋଷ୍ଠୀ ସମାଲୋଚନା କରି କହୁଛନ୍ତି ଯେ ଜାତୀୟ ପତାକାକୁ ଫ୍ୟାସନ୍‌ ଲାଗି ବ୍ୟବହାର କରି ସେ ତ୍ରିରଙ୍ଗାର ଅସମ୍ମାନ କରିଛନ୍ତି। ତେବେ ବିଦେଶରେ ଭାରତର ପ୍ରତିନିଧିତ୍ବ କରିଆସୁଥିବା ଉର୍ବଶୀ ଚତୁର୍ଥ ଥର ମିସ୍‌ ୟୁନିଭର୍ସ ଇଣ୍ଡିଆ ମଞ୍ଚରେ ବିଚାରକ ସାଜିବାର ଅବସରକୁ ଏହି ପୋଷାକ ପିନ୍ଧିବା ଲାଗି ସର୍ବାଧିକ ଉପଯୁକ୍ତ ବୋଲି ବିଚାର କରିଛନ୍ତି। ବିଚାରକ ଭାବେ ପୂର୍ବତନ ମିସ୍‌ ୟୁନିଭର୍ସ ଇଣ୍ଡିଆ ଉର୍ବଶୀ, ସେଲିନା ଜେଟଲି, ରିୟା ସିଙ୍ଘାଙ୍କ ସମେତ ଭାରତର ପ୍ରଥମ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ ପ୍ରମୁଖ କେରଳର କାଜିୟା ଲିଜ୍‌ ମେଜୋଙ୍କୁ ଏ ବର୍ଷର ମିସ୍‌ ୟୁନିଭର୍ସ ଇଣ୍ଡିଆ ଭାବେ ଚୟନ କରିଛନ୍ତି।

Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.