Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

3 weeks ago 7
ARTICLE AD BOX

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟସେବା, ଟିକାକରଣ ଓ ଜାତୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲାସ୍ତରୀୟ ମିଳିତ ସମନ୍ୱୟ ବୈଠକ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ‘ଜାତୀୟ ସ୍ୱାସ୍ଥ୍ୟ ମିଶନ–୨୦୨୬-୨୭ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ବାର୍ଷିକ କାର୍ଯ୍ୟଯୋଜନା, ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟସେବାର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୬ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୦ରୁ ୧୧ ମାସ ବୟସର ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣ ହାର ୯୬ ପ୍ରତିଶତ ରହିଛି। ଜିଲ୍ଲାରେ ୪୬,୬୫୬ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା ୧୮,୬୯୩ ଜଣ ଶିଶୁ ସମ୍ପୂର୍ଣ୍ଣ ଟିକାକରଣର ଅନ୍ତର୍ଭୁକ୍ତ ହୋଇଛନ୍ତି। ରାଜ୍ୟର ସମ୍ପୂର୍ଣ୍ଣ ଟିକାକରଣ ହାର ୮୬ ପ୍ରତିଶତ ଥିବାବେଳେ ଗଞ୍ଜାମର ହାର ୮୯ ପ୍ରତିଶତ ରହିଛି।

ବୈଠକରେ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟସେବା ଓ ଟିକାକରଣର ସ୍ଥିତି ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ତୃଣମୂଳସ୍ତରରେ ନିରନ୍ତର ନିରୀକ୍ଷଣ ଓ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ନିଜ ଦାୟିତ୍ୱ ସଠିକ୍‌ ଭାବେ ତୁଲାଇବା ସହ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଜିଲ୍ଲାପାଳ କହିଥିଲେ। ସେକ୍ଟରସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତି ଏବଂ କାର୍ଯ୍ୟ ସମୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ରହିଥିବା ଅଧିକାରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶେରଗଡ଼ ଅଞ୍ଚଳର ଜଣେ ଏଏନ୍‌ଏମ୍‌ଙ୍କ କାର୍ଯ୍ୟରେ ଅନିୟମିତତା ନେଇ ଅଭିଯୋଗ ଥିବାରୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ କୌଣସି ପ୍ରକାର ଅନିୟମିତତା ନଜରକୁ ଆସିଲେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

35,395 dogs vaccinated: ଜଳାତଙ୍କମୁକ୍ତ ଅଭିଯାନ: ୭୩ ଦିନରେ ୩୫,୩୯୫ କୁକୁରଙ୍କ ଟିକାକରଣ

ଏଥିସହ ସରକାରୀ ପୋର୍ଟାଲରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ତଥ୍ୟ ନିୟମିତ ଓ ସଠିକ୍‌ ଭାବେ ଅପଡେଟ କରିବାକୁ କୁହାଯାଇଥିଲା। ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି ସହ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏସ୍‌. କାମେଶ୍ୱର ରାଓ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାଲୁକେଶ୍ୱର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠରୋଗ ବିଶେଷଜ୍ଞ) ଡାକ୍ତର ଅନିଲ କୁମାର ରଥ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବୁଲୁ ନାଥ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.