Viagra will fight cancer!: କର୍କଟ ସହ ଲଢ଼ିବ ଭାଏଗ୍ରା!

1 month ago 10
ARTICLE AD BOX

ଭାଏଗ୍ରା ଏକ ଯୌନ ଉତ୍ତେଜକ ବଟିକା ଭାବରେ ସୁପରିଚିତ। ବୈଜ୍ଞାନିକମାନେ କହୁଛନ୍ତି ଯେ ଏଥିରେ ଥିବା ‘ସିଲ୍‌ଡେନାଫିଲ୍‌’ ନାମକ ଉପାଦାନ କର୍କଟ ରୋଗର ବିସ୍ତାର ସହ ଲଢ଼ିବାରେ ସାହାଯ୍ୟ କରିବ। ନୂଆ ଅଧ୍ୟୟନ ଅନୁଯାୟୀ ଏହି ଔଷଧ କର୍କଟ ରୋଗାକ୍ରାନ୍ତ କୋଷ ଭିତରେ କଲେଷ୍ଟ୍ରୋଲ୍‌କୁ ବାନ୍ଧି ରଖିଥାଏ, ଯାହା ଫଳରେ ଏହା ଅନ୍ୟ କୋଷଗୁଡ଼ିକୁ ଆକ୍ରାନ୍ତ କରିପାରେ ନାହିଁ। ଇସ୍ରାଏଲ୍‌ର ‘ଵାଇଜ୍‌ମ୍ୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ’ର ଗବେଷକମାନେ ଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସଂଗୃହୀତ ଦୁଇ ଦଶନ୍ଧିର ତଥ୍ୟକୁ ବିଶ୍ଳେଷଣ କରିଥିଲେ।

Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ

ସେଥିରୁ ଜଣାପଡ଼ିଛି ଯେ ଯେଉଁ କର୍କଟ ରୋଗୀମାନେ ଭାଏଗ୍ରା ଔଷଧ ଖାଇଥିଲେ ସେମାନଙ୍କ ଆରୋଗ୍ୟଲାଭର ସମ୍ଭାବନା ବୃଦ୍ଧି ପାଇଥିଲା। ଭାଏଗ୍ରା ସହିତ ଷ୍ଟାଟିନ୍‌ ନାମକ ଔଷଧ ଗ୍ରହଣ କଲେ କର୍କଟର ବିସ୍ତାରକୁ ଅଧିକ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିହେବ ବୋଲି ମଧ୍ୟ ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେବେ କ୍ଲିନିକାଲ୍‌ ଟ୍ରାଏଲ୍‌ ପରେ ଯାଇ ଏହି ଔଷଧର ସମ୍ଭାବ୍ୟ ଲାଭ ପ୍ରମାଣିତ ହୋଇପାରିବ ବୋଲି ଗବେଷକମାନେ ସୂଚାଇ ଦେଇଛନ୍ତି। 

Iran: ଆରମ୍ଭ ହେବ କି ମହାଯୁଦ୍ଧ? ଇରାନ ଉପରେ କୁଏତ-ବାହାରିନ୍‌ର ବିମାନ ଆକ୍ରମଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.