ARTICLE AD BOX
ବ୍ରିଟେନ୍ର ପ୍ରମୁଖ ଦୂରସଞ୍ଚାର କମ୍ପାନି ଭୋଡାଫୋନ୍ ଗ୍ରୁପ୍ର ୧୬.୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଫ୍ରାନ୍ସର ବଡ଼ ବ୍ୟବସାୟୀ ଜାଭିୟର ନିଏଲ୍ଙ୍କ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)। ଏହି କାରବାରର ମୂଲ୍ୟ ପ୍ରାୟ ୪.୪ ବିଲିୟନ୍ ପାଉଣ୍ଡ ବା ୫.୧...
/sambad/media/media_files/2026/11/01/new-project-1-2026-11-01-11-04-08.jpg)
ନୂଆଦିଲ୍ଲୀ: ବ୍ରିଟେନ୍ର ପ୍ରମୁଖ ଦୂରସଞ୍ଚାର କମ୍ପାନି ଭୋଡାଫୋନ୍ ଗ୍ରୁପ୍ର ୧୬.୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଫ୍ରାନ୍ସର ବଡ଼ ବ୍ୟବସାୟୀ ଜାଭିୟର ନିଏଲ୍ଙ୍କ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)। ଏହି କାରବାରର ମୂଲ୍ୟ ପ୍ରାୟ ୪.୪ ବିଲିୟନ୍ ପାଉଣ୍ଡ ବା ୫.୧ ବିଲିୟନ୍ ୟୁରୋ ହେବ ବୋଲି ଜଣାପଡ଼ିଛି।
ନିଏଲ୍ ନିଜ ପରିବାରର ନିବେଶକାରୀ ସଂସ୍ଥା ଭେଗା ଏସ୍ଏଏସ୍ ମାଧ୍ୟମରେ ଏହି ଅଂଶଧନ କିଣିବେ। ସଂଯୁକ୍ତ ଆରବ ଏମିରେଟ୍ସର ଟେଲିକମ୍ କମ୍ପାନି ଏମିରେଟ୍ସ ଟେଲିକମ୍ୟୁନିକେସନ୍ସ ଗ୍ରୁପ୍ଠାରୁ ଏହି ଅଂଶଧନ କିଣାଯିବ। ଏହି କାରବାର ସଂପୂର୍ଣ୍ଣ ହେଲେ ଭୋଡାଫୋନର ସବୁଠାରୁ ବଡ଼ ଅଂଶଧନଧାରୀ ଭେଗା ଏସ୍ଏଏସ୍ ହେବ।
ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଯେକୌଣସି ନେଟୱାର୍କକୁ କରିହେବ ମାଗଣା କଲ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


