ARTICLE AD BOX
ସଂଗୀତ କେବଳ ଏକ ପେସା ନୁହେଁ, ବରଂ ଏହା ପରମାତ୍ମାଙ୍କ ସହ ଯୋଡ଼ି ହେବାର ଏକ ସୁନ୍ଦର ମାଧ୍ୟମ ବୋଲି କହନ୍ତି ଉଦୀୟମାନ କଣ୍ଠଶିଳ୍ପୀ ମନ୍ଦାକିନୀ ଶ୍ରେୟା। ପରିବାରରେ ସଂଗୀତର ପରିବେଶ ଥିଲା। ତାନପୁରା, ହାରମୋନିୟମ୍ ଓ ତବଲାର ସ୍ୱର ସହ ତାଙ୍କର ପିଲାଦିନ କଟିଥିଲା। ଅଜାଙ୍କ ଶାସ୍ତ୍ରୀୟ ସଂଗୀତ ଚର୍ଚ୍ଚା, ମାଆଙ୍କ ଗୀତ ଓ ବାପାଙ୍କ ତବଲା ବାଦନ ଶୁଣି ବଡ଼ ହୋଇଥିଲେ ସେ। ଶାସ୍ତ୍ରୀୟ ସଂଗୀତ, ରବୀନ୍ଦ୍ର ସଂଗୀତ ଓ ନଜ୍ରୁଲ୍ ଗୀତି ଶୁଣି ଶୁଣି ତାଙ୍କ ମନରେ ସଂଗୀତ ପ୍ରତି ଗଭୀର ଅନୁରାଗ ଜନ୍ମ ନେଇଥିଲା।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ଶିଶୁ କଳାକାର ଭାବେ ଆକାଶବାଣୀରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ। ପରେ ‘ଭକ୍ତିର ସ୍ୱର’ କାର୍ଯ୍ୟକ୍ରମରେ ଫାଇନାଲିଷ୍ଟ୍ ହୋଇ ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଭାଇଙ୍କ କି-ବୋର୍ଡ ସହଯୋଗରେ ଅଭ୍ୟାସ କରୁ କରୁ ଏକ ସର୍ଟଫିଲ୍ମର ‘ତୁ କହ୍ନେଇ ମୁଁ ତୋ ଯଶୋଦା ମା’ ଗୀତ ରେକର୍ଡ କରିଥିଲେ ଶ୍ରେୟା। ପରବର୍ତ୍ତୀ ସମୟରେ ‘ମୋ ଦିଅଁ ଜଗନ୍ନାଥ’ ଏବଂ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାବଧାରାର ଗୀତ ‘ବଞ୍ଚି ମୁଁ ରହିବି’ ଗାଇ ସେ ଶ୍ରୋତା ମହଲରେ ପରିଚିତ ହୋଇଥିଲେ। ନିକଟରେ ତାଙ୍କର ‘ରେ କଳା କହ୍ନେଇ’ ଓ ‘ତୁ ମୋର’ ଭଳି ଗୀତ ଆଦୃତି ଲାଭ କରିଛି। କେବଳ ଭକ୍ତିଗୀତ ନୁହେଁ, ଆଧୁନିକ ଗୀତ ବି ତାଙ୍କୁ ଶ୍ରୋତାଙ୍କ ଭଲପାଇବା ଦେଇଛି।
Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ହିନ୍ଦୁସ୍ତାନୀ ଭୋକାଲ୍ରେ ପିଜି କରିବା ପରେ ସେ ‘ସ୍ୱରାଳାପ’ ନାମରେ ସଂଗୀତ ଅନୁଷ୍ଠାନ ଆରମ୍ଭ କରିଛନ୍ତି। ଗାଇବା ସହ ଶିକ୍ଷାଦାନକୁ ମଧ୍ୟ ସେ ଗୁରୁତ୍ୱ ଦିଅନ୍ତି। ସୋସିଆଲ୍ ମିଡିଆର ଚମକ ଅପେକ୍ଷା ସଂଗୀତର ଶୁଦ୍ଧତା ଓ ସାଧନାକୁ ସେ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି।

4 days ago
5


