ARTICLE AD BOX
ରାଇରଙ୍ଗପୁର/ବାଦାମପାହାଡ:ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ଘରର କଚ୍ଚା କାନ୍ଥପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।
Death: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ମୃତ
ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ଏହି ଘଟଣା ଘଟିଛି। ମଦନ ମୋହନ ଟୁଡୁଙ୍କ ଦେଢ଼ ବର୍ଷର ପୁଅ ଜୟରାମ ଟୁଡୁ ଓ ତାଙ୍କ ବୃଦ୍ଧା ମାଆ ବାସନ୍ତୀ ଟୁଡୁଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା। ଗୁରୁତର ଅବସ୍ଥାରେ ଶିଶୁ ଓ ଜେଜେ ମାଆଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ଶିଶୁ ଜୟରାମଙ୍କ ମୃତ୍ୟୁ ଘଟିଥିଲା ।
Elephant Child Death: ହାତୀ ପାଇଁ ଅଘଟଣ, କାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ଚାଲିଗଲା ଜୀବନ
ଗୁରୁତର ଆହତ ବାସନ୍ତୀଙ୍କୁ ବାରିପଦାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆଜି ଶିଶୁ ଜୟରାମଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

2 weeks ago
6


