War: ଯୁଦ୍ଧ ଉତ୍ତେଜନା ବଢ଼ାଉଛି ଆମେରିକା; ୧୦,୦୦୦ ସୈନ୍ୟ ମୁତୟନ

3 weeks ago 4
ARTICLE AD BOX

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ନଭେମ୍ବର ୩ ତାରିଖ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଉପରେ ସମ୍ଭାବ୍ୟ ନୂତନ ଆକ୍ରମଣ ନେଇ ଚେତାବନୀ ଦେବା ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା ବଢ଼ିଯାଇଛି। ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟରେ ତୃତୀୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର) ସହ ଅତିରିକ୍ତ ୧୦,୦୦୦ ସୈନ୍ୟ ମୁତୟନ କରାଯାଉଛି।

‘ୟୁଏସ୍‌ଏସ୍‌ ଥିଓଡୋର ରୁଜଭେଲ୍ଟ’ ଯୁଦ୍ଧପୋତ ଏହାର ଷ୍ଟ୍ରାଇକ୍ ଗ୍ରୁପ୍ ସୈନ୍ୟମାନଙ୍କୁ ନେଇ ନଭେମ୍ବର ଶେଷ ସୁଦ୍ଧା ମଧ୍ୟପ୍ରାଚ୍ୟରେ ପହଞ୍ଚିବ। ବର୍ତ୍ତମାନ ଏହି ଅଞ୍ଚଳରେ ଅନ୍ୟ ଦୁଇଟି ବିମାନବାହୀ ଯୁଦ୍ଧପୋତ ‘ୟୁଏସ୍‌ଏସ୍‌ ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌’ ଏବଂ ‘ୟୁଏସ୍‌ଏସ୍‌ ଜର୍ଜ ୱାସିଂଟନ୍‌‌’ ମୁତୟନ ରହିଛି। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ମୁତୟନ ହେଉଥିବା ‘ୟୁଏସ୍‌ଏସ୍‌ ଜର୍ଜ ୱାସିଂଟନ’ ଦୀର୍ଘ ମୁତୟନ ପରେ ‘ୟୁଏସ୍‌ଏସ୍‌ ଆବ୍ରାହାମ ଲିଙ୍କନ’ର ସ୍ଥାନ ନେବା ପାଇଁ ମଧ୍ୟପ୍ରାଚ୍ୟରେ ପହଞ୍ଚିଛି। ଏହି ନୂତନ ମୁତୟନ ଫଳରେ ଆମେରିକାର ନୌସେନା ଉପସ୍ଥିତି ଅସାଧାରଣ ଭାବେ ବୃଦ୍ଧି ପାଇ ୨୦,୦୦୦ରୁ ଅଧିକ ନୌସେନା ସହିତ ଶହ ଶହ ଯୁଦ୍ଧବିମାନ ପହଞ୍ଚିବ।

Asian Games 2026: ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ: ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତିଲେ ବାର୍ଥଡେ ଗର୍ଲ ଲଭ୍‌ଲୀନା

ଗତ ସପ୍ତାହରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘ ମହାସଭାରେ ଇରାନ ପକ୍ଷରୁ ଘୋଷଣା କରାଯାଇଥିବା ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପ ଖାରଜ କରିଛନ୍ତି। କତର ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ନିକଟକୁ ପଠାଯାଇଥିବା ଏହି ପ୍ରସ୍ତାବ ସମ୍ପର୍କରେ ହ୍ୱାଇଟ୍‌ ହାଉସ୍‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ସେମାନେ ନିଜର ବ୍ୟାପକ କ୍ଷତି ହେଉଥିବାରୁ ତୁରନ୍ତ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଚୁକ୍ତି କରିବାକୁ ଚାହୁଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଇସ୍ରାଏଲଗାମୀ ଯାତ୍ରୀବାହୀ ବିମାନର କ୍ୟାପ୍ଟେନ୍‌ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କୋ-ପାଇଲଟ୍‌ ସହ ଇରାନର ସମ୍ପୃକ୍ତି ଥାଇପାରେ। ସମ୍ପୃକ୍ତ ପାଇଲଟ୍‌ ଏବଂ ଇରାନ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ ବୋଲି ପଚରାଯିବାରୁ ଟ୍ରମ୍ପ କହିଛନ୍ତି ଯେ, ମୁଁ ଶୁଣୁଥିବା ତଥ୍ୟ ଆଧାରରେ ଉତ୍ତର ‘ହଁ’ ହେବ, କିନ୍ତୁ ଆମେ ଏହା ଉପରେ ଅଧିକ କାର୍ଯ୍ୟ କରୁଛୁ। ଯଦି ଇରାନ ଏହି ଆକ୍ରମଣ ପାଇଁ ଦାୟୀ ହୁଏ, ତେବେ ଆମେରିକା ପ୍ରତିଶୋଧ ନେବ କି ନାହିଁ ପଚରାଯିବାରୁ ସେ କହିଛନ୍ତି, ସେମାନଙ୍କ ଉପରେ ପ୍ରବଳ ଆକ୍ରମଣ କରାଯିବ, ଚିନ୍ତା କରନ୍ତୁ ନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.