ARTICLE AD BOX
ମେଷ- ରବି ଓ ସୋମବାର ଅଜଣା ବ୍ୟକ୍ତିଙ୍କୁ ବିଶ୍ବାସ କରନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସାହାଯ୍ୟ ପାଇବେ।
ବୃଷ- ରବି ଓ ସୋମବାର ବହୁ ଦିନର ବିବାଦ ସମାଧାନ ହୋଇଯିବ। ମଙ୍ଗଳ ଓ ବୁଧବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଗୁରୁ, ଶୁକ୍ର ଓ ଶନିବାର ନିବେଶ କରନ୍ତୁ ଭବିଷ୍ୟତରେ ଲାଭଦାୟକ ହେବ।
ମିଥୁନ- ରବି ଓ ସୋମବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ମଙ୍ଗଳ ଓ ବୁଧବାର ଅନ୍ତରଙ୍ଗ ବନ୍ଧୁ ସହିତ ମିଶି ମନ ପ୍ରସନ୍ନ ହେବ। ଗୁରୁ, ଶୁକ୍ର ଓ ଶନିବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।
କର୍କଟ- ରବି ଓ ସୋମବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ, ଶୁକ୍ର ଓ ଶନିବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ।
ସିଂହ- ରବି ଓ ସୋମବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ ଓ ବୁଧବାର ଅଫିସରେ ଉତ୍ତମ ପରିବେଶରେ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
କନ୍ୟା- ରବି ଓ ସୋମବାର ନୂଆ ବ୍ୟବସାୟ ଓ ଆୟର ସାଧନ ସୃଷ୍ଟି ହେବ। ମଙ୍ଗଳ ଓ ବୁଧବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।
ଆହୁରି ପଢ଼ନ୍ତୁ- Raksha bandhan: ମହମ୍ମଦ ସିରାଜଙ୍କୁ ରାଖୀ ବାନ୍ଧିଲେ ଜନାଇ ଭୋସଲେ, ସ୍ନେହଭରା ପୋଷ୍ଟ ଭାଇରାଲ
ତୁଳା- ରବି ଓ ସୋମବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ବିଛା- ରବି ଓ ସୋମବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ। ମଙ୍ଗଳ ଓ ବୁଧବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।
ଧନୁ- ରବି ଓ ସୋମବାର ପରିବାର ବିବାଦଠୁ ଦୂରରେ ରହନ୍ତୁ। ମଙ୍ଗଳ ଓ ବୁଧବାର କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଗୁରୁ, ଶୁକ୍ର ଓ ଶନିବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ମକର- ରବି ଓ ସୋମବାର କାରବାରରେ ଭାଇର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ଅଫିସରେ ନୂଆ କାମ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ।
କୁମ୍ଭ- ରବି ଓ ସୋମବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମଙ୍ଗଳ ଓ ବୁଧବାର ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଗୁରୁ, ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।
ମୀନ- ରବି ଓ ସୋମବାର ଅଧୀନସ୍ଥ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।

1 hour ago
2


