Weekly Horoscope 2026 November 01 to 07: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

1 hour ago 2
ARTICLE AD BOX

ମେଷ: ରବି ଓ ସୋମବାର କ୍ୟାରିୟର୍‌ରେ ପରିବର୍ତ୍ତନ ହୋଇପାରେ। ମଙ୍ଗଳ ଓ ବୁଧବାର ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ବୁଝାମଣା ରହିବ।

Aries

ବୃଷ: ରବି ଓ ସୋମବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଗୁରୁ, ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।

Taurus

ମିଥୁନ: ରବି ଓ ସୋମବାର ଭାଗୀଦାରି ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଗୁରୁ, ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ।

Gemini

କର୍କଟ: ରବି ଓ ସୋମବାର ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ମଙ୍ଗଳ ଓ ବୁଧବାର ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀ ଠାରୁ ଉପହାର ପାଇବେ।

Cancer
ସିଂହ: ରବି ଓ ସୋମବାର କୋର୍ଟକଚେରି ମାମଲାରେ ବାଧା ଆସିପାରେ। ମଙ୍ଗଳ ଓ ବୁଧବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଗୁରୁ, ଶୁକ୍ର ଓ ଶନିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

Leo

କନ୍ୟା: ରବି ଓ ସୋମବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁନାହିଁ। ମଙ୍ଗଳ ଓ ବୁଧବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ଗୁରୁ, ଶୁକ୍ର ଓ ଶନିବାର ଭଲ ଜାଗାରେ ନିବେଶ କରିପାରନ୍ତି।

Virgo

ତୁଳା: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ମଙ୍ଗଳ ଓ ବୁଧବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ହେବେ।

Libra

ବିଛା: ରବି ଓ ସୋମବାର ନୂଆ କାମ ଆରମ୍ଭ କରନ୍ତୁ, ଲାଭଦାୟକ ରହିବ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଉନ୍ନତି ଲାଗି ନୂଆ ଅବସର ପାଇପାରନ୍ତି।

Scorpio

ଧନୁ: ରବି ଓ ସୋମବାର କିଛି ନୂଆକରିବା ଲାଗି ନୂଆପଦ୍ଧତି ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର ଚାକିରିରେ ପଦୋନ୍ନତି ମିଳିବ।

Sagittarius

ମକର: ରବି ଓ ସୋମବାର ଘରର ପରିବେଶ ସକାରାତ୍ମକ ରହିବ। ମଙ୍ଗଳ ଓ ବୁଧବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ।

Capricorn

କୁମ୍ଭ: ରବି ଓ ସୋମବାର ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚିନେବେ। ଗୁରୁ, ଶୁକ୍ର ଓ ଶନିବାର କାର୍ଯ୍ୟ ଦକ୍ଷତା ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ପୁରସ୍କାର ପାଇପାରନ୍ତି।

Aquarius

ମୀନ: ରବି ଓ ସୋମବାର ଆପଣଙ୍କ କାମରେ ଉପରିସ୍ଥ ଅଧିକାରୀ ଖୁସିହେବେ। ମଙ୍ଗଳ ଓ ବୁଧବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ।

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.