ARTICLE AD BOX
କୋଲକାତା: ଚଳିତ ବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ନିଷିଦ୍ଧ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମହାଷ୍ଟମୀ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ହେବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ଗା ପୂଜା ଦିନ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଦେଉଥିବାବେଳେ ସମସ୍ତ ମଦ ଦୋକାନ ଏବଂ ବାର୍ ବନ୍ଦ ରହିବା ଉଚିତ। ଅଷ୍ଟମୀ ଦିନ ମଦ ବିକ୍ରି ହେବନାହିଁ। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରେ ନୂଆ ସରକାର ଆଗାମୀ ଦୁର୍ଗା ପୂଜା ଉତ୍ସବ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିବାବେଳେ ଆଜି ପୁଣି ମହାଷ୍ଟମୀରେ ମଦ ବନ୍ଦ ହେବ ବୋଲି ଘୋଷଣା କରାଯାଇଛି।
ଆହୁରି ପଢ଼ନ୍ତୁ: High Court: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୟ ଅଗ୍ରୱାଲ
ଅଧିକାରୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଧାର୍ମିକ ଗୁରୁତ୍ବ ଥିବା ଦିନରେ ହିଁ ଏହି କଟକଣା ଲଗାଯାଉଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି କହିଛନ୍ତି ଯେ ଏହି ଦିନ ମଦ ବିକ୍ରି ବନ୍ଦ ରହିବ। ଅଧିକାରୀ ମଧ୍ୟ ପୂଜା କମିଟିଗୁଡ଼ିକୁ ଧାର୍ମିକ ଭାବନାକୁ ଆଘାତ ଦେବାଭଳି କିଛି କାର୍ଯ୍ୟ ନ କରିବାକୁ ଅନୁରୋଧ କରିଛନ୍ତି। ଦୁର୍ଗା ମୂର୍ତ୍ତି, ପେଣ୍ଡାଲ୍, ଥିମ୍ ଓ ଡେକୋରୋସନ୍ରେ କୌଣସି ପ୍ରକାର ସାଲିସ ନ କରିବା ପାଇଁ ଏବଂ କାହାର ଧାର୍ମିକ ଭାବନାକୁ ଆଘାତ ଦେବାଭଳି କିଛି ନ କରିବାପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ମୂର୍ତ୍ତି ବିସଜର୍ନ ସମୟରେ ଡିଜେ ମ୍ୟୁଜିକ୍ ବାଜି ପାରିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗ ସରକାର ମଧ୍ୟ ଦୁର୍ଗା ପୂଜା କମିଟିଗୁଡ଼ିକୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ସରକାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଦୁର୍ଗା ପୂଜା ପରେ ଯେଉଁ ମେଳା କରାଯାଏ ତାହା ଚଳିତ ବର୍ଷ ବନ୍ଦ ରହିବ।

1 hour ago
1


