Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_ijc01sl4a6aipf52p694atmfse, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Woman jumps into river: କୁଆଖାଇକୁ ଡେଇଁ ପଡ଼ିଲେ ମହିଳା - CGPT.IN

Woman jumps into river: କୁଆଖାଇକୁ ଡେଇଁ ପଡ଼ିଲେ ମହିଳା

4 weeks ago 6
ARTICLE AD BOX

ଭୁବନେଶ୍ବର (ସୂରଜ କୁମାର ମଲ୍ଲିକ): ଆଜି ସନ୍ଧ୍ୟାରେ କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଛନ୍ତି। ଖବର ପାଇ ମଞ୍ଚେଶ୍ବର ଓ ପାହାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜନୈକାଙ୍କୁ ଖୋଜିବା ଆରମ୍ଭ କରିଛି। ପ୍ରାୟ ଘଣ୍ଟାଏରୁ ଅଧିକ କାଳ ଖୋଜିବା ପରେ ମଧ୍ୟ ମହିଳାଙ୍କୁ କୁଆଖାଇରୁ ଉଦ୍ଧାର କରାଯାଇପାରିନି। ନଦୀରେ ପାଣିର ସ୍ରୋତ ଅଧିକ ରହିବା ସହ ରାତି ହୋଇଯାଇଥିବାରୁ ପ୍ରାୟ ସାଢ଼େ ୯ଟା ବେଳକୁ ଖୋଜିବା କାର୍ଯ୍ୟକୁ ସ୍ଥଗିତ ରଖିଛି ଅଗ୍ନିଶମ ବିଭାଗ। ଆସନ୍ତାକାଲି ସକାଳୁ ଷ୍ଟ୍ରାଇକିଂ ଫୋର୍ସ ସହିତ ଏକାଧିକ ଟିମ୍ ମହିଳାଙ୍କୁ ଖୋଜିବେ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ ଦୁର୍ଗା ପରିଜା ସୂଚନା ଦେଇଛନ୍ତି।

ମଞ୍ଚେଶ୍ବର ଥାନା ପୁଲିସ ପ୍ରାଥମିକ ତଦନ୍ତ କରି କହିଛି ଯେ ମଙ୍ଗରାଜ ମଲ୍ଲିକ ସନ୍ଧ୍ୟା ପ୍ରାୟ ୬ଟା ୪୦ରେ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ କିଛି ଲୋକ କୁଆଖାଇ ବ୍ରିଜ୍‌ରେ ନଦୀରେ ଆସିଥିବା ବନ୍ୟା ପାଣି ଦେଖୁଥିଲେ। ପାଖରେ ଜଣେ ୫୮ରୁ ୬୦ ବର୍ଷୀୟା ମହିଳା ମଧ୍ୟ ଛିଡ଼ା ହୋଇଥିଲେ। କେହି କିଛି ବୁଝିବା ପୂର୍ବରୁ ମହିଳା ଜଣକ ହାତରେ ଧରିଥିବା ବ୍ୟାଗ୍ ଓ ଚପଲ ଥୋଇ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ପାଖରେ ପହଞ୍ଚିବା ବେଳକୁ ମଙ୍ଗରାଜଙ୍କୁ ମହିଳା ଡେଇଁପଡ଼ିଥିବା କଥା ବନ୍ୟାପାଣି ଦେଖୁଥିବା ଲୋକେ କହିଥିଲେ। ପରେ ସେ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ।

ଖବର ପାଇ ମଞ୍ଚେଶ୍ବର ଥାନା ପିସିଆର୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାଇସ୍ପିଡ୍ ରବର ବୋଟ୍, ବିଲେଇ କଣ୍ଟା, ଲାଇଫ୍ ଜ୍ୟାକେଟ୍ ଭଳି ସାମଗ୍ରୀ ଧରି ୪ଜଣିଆ ଉଦ୍ଧାରକାରୀ ଦଳ ନଦୀ ଭିତରକୁ ପଶିଥିଲେ। ଘଣ୍ଟାଏ ଖୋଜାଖୋଜି କରିବା ପରେ ମହିଳାଙ୍କ ବାବଦରେ କୌଣସି ସୂଚନା ମିଳିନଥିଲା। ଓଡ୍ରାଫ୍ ଟିମ୍ ସମେତ ସ୍କୁବା ଡାଇଭର୍‌ ଓ ଅନ୍ୟାନ୍ୟ ସହଯୋଗୀ ବନ୍ୟା ପାଇଁ ଉତ୍ତର ଓଡ଼ିଶା ଓ ଅନ୍ୟ ବନ୍ୟାଞ୍ଚଳକୁ ଯାଇଥିବାରୁ ଖୋଜାଖୋଜି ପ୍ରାୟ ୯ଟା ୩୦ରେ ସ୍ଥଗିତ ହୋଇଛି। ଆସନ୍ତାକାଲି ଅନ୍ୟ ଉଦ୍ଧାରକାରୀ ଦଳ ସକାଳେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ଭାର୍ଗବୀ ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

ଅପରପଟେ, ମଞ୍ଚେଶ୍ବର ଥାନା ପୁଲିସ ଡେଇଁପଡ଼ିଥିବା ମହିଳାଙ୍କ ଚପଲ ଓ ଛାଡ଼ିଯାଇଥିବା ଅନ୍ୟ ପୋଷାକ ସାମଗ୍ରୀ ଜବତ କରିଛି। ସେଥିରେ ମହିଳାଙ୍କର କୌଣସି ପରିଚୟପତ୍ର ବା ଅନ୍ୟ ସାମଗ୍ରୀ ନଥିବାରୁ ତାଙ୍କ ବାବଦରେ କିଛି ସୂଚନା ମିଳିପାରିନାହିଁ। ତେଣୁ ମହିଳା କିଏ ଓ କାହିଁକି ନଦୀକୁ ଡେଇଁଲେ ସେ ନେଇ କୌଣସି ସୂଚନା ଜଣାପଡ଼ିନାହିଁ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.