Women: ମହିଳାଙ୍କଠାରେ ୟୁଟିଆଇ ସମସ୍ୟା କାହିଁକି ହୁଏ?

3 days ago 3
ARTICLE AD BOX

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ୍‌ ଅଧିକ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହା କୌଣସି ଜୀବନପ୍ରତି ବିପଦ ସୃଷ୍ଟିକାରୀ ସମସ୍ୟା ନୁହେଁ। କିନ୍ତୁ ଯଦି ଏହାକୁ ଚିକିତ୍ସା ନକରି ଛାଡ଼ିଦିଆଯାଏ କିମ୍ବା ବାରମ୍ବାର ହୁଏ ତେବେ ଏହା ଚିନ୍ତାଜନକ ହୋଇପାରେ। କିଛି କାରଣ ପାଇଁ ଏହି ସମସ୍ୟା ଦେଖାଯାଇଥାଏ। ମହିଳାମାନଙ୍କର ମୂତ୍ରମାର୍ଗ ପୁରୁଷମାନଙ୍କ ତୁଳନାରେ ଛୋଟ ହୋଇଥାଏ, ଯାହାଫଳରେ ଜୀବାଣୁ ମୂତ୍ରାଶୟ ପର୍ଯ୍ୟନ୍ତ ସହଜରେ ପହଞ୍ଚିଯାଆନ୍ତି।

Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ

ମେନୋପଜ୍ ସମୟରେ ଏଷ୍ଟ୍ରୋଜେନ୍ ସ୍ତର କମିଯିବା ଯୋଗୁଁ ମୂତ୍ର ମାର୍ଗର ପ୍ରାକୃତିକ ସୁରକ୍ଷା ଦୁର୍ବଳ ହୋଇଯାଏ। ଗର୍ଭାବସ୍ଥାରେ ବୃଦ୍ଧି ପାଉଥିବା ଗର୍ଭାଶୟର ଚାପ ମୂତ୍ରାଶୟ ଉପରେ ପଡ଼ିଥାଏ ଯାହାଦ୍ୱାରା ପରିସ୍ରା ସମ୍ପୂର୍ଣ୍ଣ ବାହାରି ନପାରି ଜୀବାଣୁ ବଂଶବୃଦ୍ଧି କରିବାର ଆଶଙ୍କା ବଢ଼ିଯାଏ। ଏହାର ବିଭିନ୍ନ ଲକ୍ଷଣଗୁଡ଼ିକ ହେଲା, ପରିସ୍ରା କରିବା ସମୟରେ ଜଳାପୋଡ଼ା କିମ୍ବା ପ୍ରବଳ ଯନ୍ତ୍ରଣା ହେବା ଓ ବାରମ୍ବାର ପରିସ୍ରା ଲାଗିବା। ପେଟର ନିମ୍ନଭାଗରେ ଯନ୍ତ୍ରଣା ହେବା। ପରିସ୍ରା ଘନ ରଙ୍ଗର ହେବା, ଦୁର୍ଗନ୍ଧ ବାହାରିବା ଓ ପରିସ୍ରା ସହିତ ରକ୍ତ ଆସିବା। ସଂକ୍ରମଣ ବଢ଼ିଗଲେ ଜ୍ୱର, ଥଣ୍ଡା ଲାଗିବା, ପିଠି ଯନ୍ତ୍ରଣା, ବାନ୍ତି ହେବା ଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

ସତର୍କତା ଏବଂ ଯତ୍ନ: 

 ଦିନସାରା ପ୍ରଚୁର ପାଣି ପିଅନ୍ତୁ, ଯାହାଦ୍ୱାରା ପରିସ୍ରା ଜରିଆରେ ଜୀବାଣୁ ବାହାରିଯିବେ।
 ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ରୋକି ରଖନ୍ତୁ ନାହିଁ।
 ଗୋପନୀୟ ଅଙ୍ଗରେ ବାସ୍ନାଯୁକ୍ତ ସାବୁନ୍, ସ୍ପ୍ରେ କିମ୍ବା ଡିଓଡ୍ରେଣ୍ଟ୍ ବ୍ୟବହାର କରନ୍ତୁ ନାହିଁ।
 ଅତ୍ୟଧିକ ଟାଇଟ୍ ପୋଷାକ ପିନ୍ଧିବାରୁ ଦୂରେଇ ରୁହନ୍ତୁ। 
 ଶାରୀରିକ ସମ୍ପର୍କ ରଖିବା ପରେ ପରିସ୍ରା ନିଶ୍ଚିତ କରନ୍ତୁ, ଯାହାଦ୍ୱାରା ସଂକ୍ରମଣର ବିପଦ କମିଯାଏ।
 ଖାଦ୍ୟରେ ଦହି, ଓ ପ୍ରୋବାୟୋଟିକ୍ସ ସାମିଲ କରନ୍ତୁ ଓ ଡାକ୍ତର ଦେଇଥିବା ଆଣ୍ଟିବାୟୋଟିକ୍ କୋର୍ସକୁ ସମ୍ପୂର୍ଣ୍ଣ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.