ARTICLE AD BOX
ବୁଦଭା: ଭାରତୀୟ ମୁଷ୍ଟିଯୋଦ୍ଧା ଆଦିତ୍ୟ ଚଳିତ ୧୯ ବର୍ଷରୁ କମ୍ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ୫୫ କେଜି ସେମିଫାଇନାଲ୍ରେ ୧୯ ବର୍ଷରୁ କମ୍ ଏସୀୟ ରୌପ୍ୟ ବିଜେତା ଆଦିତ୍ୟ ୫-୦ରେ ଆଜରବୈଜାନର ନିହାତ ଗାସିମୋଭଙ୍କୁ ହରାଇ ଦ୍ବିତୀୟ ଭାରତୀୟ ଭାବେ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଫାଇନାଲ୍ରେ ସେ ରୁଷିଆର ଇସ୍ଲାମ ମାଗୋମେଦଭଙ୍କୁ ଭେଟିବେ।
ଆହୁରି ପଢ଼ନ୍ତୁ- Bombay HighCourt: ଇମ୍ରାନ ଖାନ୍ଙ୍କୁ ବଡ଼ ଆଶ୍ୱସ୍ତି! ‘ଭାରତ ଛାଡ଼’ ନୋଟିସ୍ ଉପରେ ରୋକ୍, ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି
ଆଦିତ୍ୟଙ୍କ ପୂର୍ବରୁ ମେଘା ସିଓକାନ୍ଦ ମହିଳା ୮୦ କେଜିର ଫାଇନାଲ୍ରେ ପ୍ରବେଶ କରିଥିଲେ। ସେମିଫାଇନାଲ୍ରେ ସେ ଆର୍ଏସ୍ସିରେ କିର୍ଗିଜସ୍ତାନର ମୀରିମ ଜିନିବେକୋଭାଙ୍କୁ ପରାସ୍ତ କରିଥିଲେ। ତେବେ ମହିଳା ୬୫ କେଜି ସେମିଫାଇନାଲ୍ରେ ହର୍ଷିକା ଏବଂ ୮୦ କେଜିରେ ପ୍ରାଚୀ ତୋକାସ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି।
ଅଧିକ ଦେଖନ୍ତୁ-

5 hours ago
5


