Writing: ଲେଖା ଓ ଶବ୍ଦ ଚୟନରୁ ଜାଣିହେବ ସାଇକୋପାଥି ପ୍ରକୃତି!

1 day ago 4
ARTICLE AD BOX

‘ସାଇକୋପାଥି’ ବା କ୍ରୂର ପ୍ରକୃତିର ବ୍ୟକ୍ତିଗତ ଗୁଣ କୌଣସି ମାନସିକ ରୋଗ ପର୍ଯ୍ୟାୟଭୁକ୍ତ ନୁହେଁ, କିନ୍ତୁ ଅପରାଧ ବିଜ୍ଞାନରେ ଏକ ବେଶ୍ ଚର୍ଚ୍ଚିତ ବିଷୟ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେମଣିଷର ଲେଖା ବା ଭାଷା ବ୍ୟବହାରରୁ ଏହି ପ୍ରକୃତିର ଲକ୍ଷଣ ଜାଣିହୁଏ। ବୈଜ୍ଞାନିକମାନଙ୍କ ମତରେ ଏହି ପ୍ରକୃତିର ମୁଖ୍ୟତଃ ତିନିଟି ଦିଗ ଥାଏ ଯଥା, ସାହସିକତା, ଅନିୟନ୍ତ୍ରିତ ଆଚରଣ ଓ ନିଷ୍ଠୁରତା। ଏହି ଅଧ୍ୟୟନରେ ୩୦୭ ଜଣ କଲେଜ ଛାତ୍ରଛାତ୍ରୀ ଓ ୧୪୪ ଜଣ ପୂର୍ବତନ ଅପରାଧୀଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ ସେମାନଙ୍କ ଜୀବନର ସବୁଠାରୁ ଭଲ ସମୟ, ଖରାପ ସମୟ ଓ ଜୀବନର ମୋଡ଼ ପରିବର୍ତ୍ତନକାରୀ ଘଟଣା ସମ୍ପର୍କରେ ଲେଖିବାକୁ କୁହାଯାଇଥିଲା। 

DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ

ଯେଉଁମାନଙ୍କଠାରେ ନିର୍ଭୀକତା ଅଧିକ ଥିଲା ସେମାନେ ନିଜ ଲେଖାରେ ଚିନ୍ତା, ଭୟ କିମ୍ବା ଆତଙ୍କ ଭଳି ଶବ୍ଦ ବହୁତ କମ୍ ବ୍ୟବହାର କରିଥିଲେ। ଯେଉଁମାନଙ୍କଠାରେ ନିଷ୍ଠୁରତାର ଗୁଣ ଥିଲା ସେମାନେ ଜୀବନର ବିରାଟ ମୋଡ଼ କିମ୍ବା ଘଟଣା ବର୍ଣ୍ଣନା କରିବା ବେଳେ ଖରାପ, ଘୃଣା କିମ୍ବା ଯନ୍ତ୍ରଣା ଭଳି ନକାରାତ୍ମକ ଶବ୍ଦ କମ୍ ବ୍ୟବହାର କରିଥିଲେ। ଏହି ଗୁଣଟି ଲୋକଙ୍କ ଭାଷା ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥିଲା। ଏପରି ବ୍ୟକ୍ତିମାନେ ନିଜର ଖରାପ ସମୟ କଥା ଲେଖିବାବେଳେ ମଦ୍ୟପାନ ବା ନିଶା ସମ୍ବନ୍ଧୀୟ ଶବ୍ଦଗୁଡ଼ିକ ଅଧିକ ବ୍ୟବହାର କରିଥିଲେ। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ କ୍ରୂର ପ୍ରକୃତିର ଲୋକଙ୍କ ଭାଷା ସମ୍ପୂର୍ଣ୍ଣ ଭାବେ ଭାବନାହୀନ ନୁହେଁ କିନ୍ତୁ ସେମାନଙ୍କର ଶବ୍ଦ ଚୟନ ପ୍ରାୟତଃ ସାଧାରଣ ପରିସ୍ଥିତି ସହିତ ମେଳ ଖାଏ ନାହିଁ। ମନସ୍ତତ୍ତ୍ୱବିତ୍‌ମାନଙ୍କ ମତରେ, ଏହି ଦିଗଗୁଡ଼ିକୁ ବୁଝିବା ଦ୍ୱାରା ଭବିଷ୍ୟତରେ ସାଇକୋପାଥି ବ୍ୟକ୍ତିତ୍ବକୁ ଠିକ୍ ଭାବେ ଜାଣିବା ଏବଂ ଏହାର ପ୍ରତିକାର କରିବା ସହଜ ହୋଇପାରିବ।

Series of Thefts in Baishinga: ବୈଶିଙ୍ଗାରେ ସିରିଜ୍‌ ଚୋରି, ଛେଳି ଠାରୁ ଟ୍ରାନ୍‌ସଫର୍ମର ସବୁ ଉଠାଇନେଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.