ଓରମାସ୍କୁ ବିଆଇଆରସି ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ

3 days ago 6
ARTICLE AD BOX

ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତିକୁ ବିଆଇଆରସି ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ପ୍ରଦାନ କରାଯାଇଛି। ଗ୍ରାମୀଣ ଉଦ୍ୟୋଗ ଓ ବଜାର ସଂଯୋଗ କ୍ଷେତ୍ରରେ ଦୂରଦର୍ଶୀ ନେତୃତ୍ୱ ଏବଂ ବିଶ୍ୱ ଚାଉଳ ଶିଳ୍ପ ପ୍ରତି ଉତ୍କୃଷ୍ଟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି। ନୂଆଦିଲ୍ଲୀର ଭାରତମଣ୍ଡପମ୍‌ଠାରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (ବିଆଇଆରସି) ୨୦୨୬ରେ ଓରମାସ୍ ପକ୍ଷରୁ ୮ଟି ଜିଲ୍ଲାର ୧୫ ପ୍ରକାର ପାରମ୍ପରିକ ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ଏହି ପଦକ୍ଷେପରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଓରମାସ୍‌ର ସିଇଓ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.