ARTICLE AD BOX
ବନ୍ୟା ଏବଂ ବାତ୍ୟାର ବିଭୀଷିକାରୁ ଧୀରେ ଧୀରେ ପ୍ରଭାବିତ ଲୋକମାନେ ନିଜକୁ ସ୍ବଭାବିକ ଆଡକୁ ଆଣୁଥିବା ବେଳେ ଗତ ରବିବାର ଦୀପାବଳିରେ ପ୍ରବଳ ବାଣ ଫୁଟିଥିବା ଦେଖିବାକୁ ମିଳିଛି। ତଥାପି ଗଂଜାମ ଜିଲ୍ଲାର ଅନେକ ଲୋକ ନିଜର ରୋଜଗାର ହରାଇଥିବାରୁ ଚଳିତ ଥର ଦୀପାବଳୀରେ ସେମାନଙ୍କ ମଧ୍ୟ କୌଣସି ଉତ୍ସାହ ପରିଲିକ୍ଷିତ ହୋଇନଥିଲା।
/sambad/media/media_files/2026/11/09/whatsapp-image-2026-2026-11-09-21-01-04.jpeg)
/sambad/media/media_files/2026/11/09/whatsapp-image-2026-1-2026-11-09-21-05-48.jpeg)
1/3
ଅର୍ଣ୍ଣବ ବାତ୍ୟ ପରବର୍ତ୍ତି ବର୍ଷାରେ ଭଞ୍ଜନଗର,ଆସିକା,ସୋରଡ଼ା,ଧରାକୋଟ,ଶେରଗଡ ଭଳି ବିଭିନ୍ନ ଅଞ୍ଚଳରେ ବ୍ୟପକ କ୍ଷୟକ୍ଷତି ଘଟାଇଥିଲା। ବନ୍ୟା ପାଣିରେ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ସହାରଞ୍ଚଳରେ କୋଟି କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହ୍ୟ କରିବାକୁ ପଡିଛି। ବିଶେଷ କରି ଧାର ଉଦ୍ଧାର କରି ପରିବାର ଗୁଜୁରାଣ ମେଣ୍ଟାଇବାକୁ ବ୍ୟବସାୟ କରୁଥିବା ବେପାରୀଟି କିଭଳି ପୁଣି ଅଣ୍ଟା ସଳଖି ଠିଆ ହେବ ସେନେଇ ମାନସିକ ଚିନ୍ତାରେ ପଡି ରହିଛନ୍ତି।
/sambad/media/media_files/2026/11/09/whatsapp-image-2026-2026-11-09-21-06-17.jpeg)
2/3
ଅନ୍ୟପଟେ ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ଗିଡିପାବାଲିରେ ଭୂସ୍ଖଳନ ଘଟି ଗ୍ରାମର ୧୩ ନିଖୋଜ ହୋଇଯାଇଥିଲେ। ଅଦ୍ୟବଧି ୭ ଜଣଙ୍କ ମୃତଦେହ ଠାବ ହୋଇଥିବା ବେଳେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଥାନା ପରିସରରେ ନିରାଡମ୍ବର ଭାବେ ଦୀପାବଳୀ ପାଳନ କରାଯାଇଥିଲା। ଉକ୍ତ ଥାନା ଇଲାକାରେ ଏତେ ବଡ ଅଘଟଣ ଘଟିଥିବା ବେଳେ ମୃତକଙ୍କ ଫଟୋ ଲଗାଇ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
/sambad/media/media_files/2026/11/09/whatsapp-image-2026-11-09-21-06-48.jpeg)
3/3
ଅକ୍ଟୋବର ୨୮ ତାରିଖ ରାତିରେ ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟ ପାହାଡ଼ ଖସି ଆସିଥିଲ ସେମାନଙ୍କ ଘର ଉପରକୁ ଏଥିରେ କ୍ଷଣିକ ମଧ୍ୟରେ ଗାଁର ଅନେକ ପରିବାରର,ବୃଦ୍ଧବୃଦ୍ଧା ଓ ଶିଶୁ ମୃତ୍ୟୁ ବରଣ କରିଥିବା ବେଳେ କେତେକଙ୍କ ଅନ୍ତିମ ସଂସ୍କାରର ମଧ୍ୟ ସୁଯୋଗ ଜୁଟିଲା ନାହିଁ। ତେଣୁ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହମବତୀ ଜାଳି, ନୀରବ ପ୍ରାର୍ଥନା କରାଯାଇଥିଲା। ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଚଳିତ ଦୀପାବଳିରେ ଭଞ୍ଜନଗର ଥାନା ଓ ଏସଡିପିଓ କାର୍ଯ୍ୟାଳୟରେ କୌଣସି ଉତ୍ସବ ପାଳନ କରାଯାଇ ନଥିଲା। ଏଥିରେ ସମସ୍ତ ଏସ୍ଆଇ,ଏଏସ୍ଆଇ,କନଷ୍ଟେବଲ,ସ୍ବତନ୍ତ୍ର ବାହିନୀ ସାମିଲ ହୋଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2

