ଫ୍ରାନ୍ସରେ ପୁଣି ହିଂସାତ୍ମକ ବିକ୍ଷୋଭ ଆଶଙ୍କା: ୭୦ ହଜାର ପୁଲିସ ଓ ସ୍ୱାଟ୍ ଟିମ୍ ମୁତୟନ

2 days ago 4
ARTICLE AD BOX

ପ୍ୟାରିସ: ବିଗତ ସପ୍ତାହରେ ସମଗ୍ର ଫ୍ରାନ୍ସରେ ଘଟିଥିବା  ଦଙ୍ଗା ଏବଂ ହିଂସାକାଣ୍ଡ ପରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଠାକାର ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଶନିବାର  ପ୍ରାୟ ୭୦ ହଜାର ପୁଲିସ ଅଧିକାରୀ ଓ ସ୍ୱତନ୍ତ୍ର ବାହିନୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି, ନିଯୁକ୍ତିର ଅଭାବ ଏବଂ  ମହଙ୍ଗା ମାଡ଼କୁ ବିରୋଧ କରି ଛାତ୍ର ଏବଂ ସାଧାରଣ ନାଗରିକ ପୁଣି ଥରେ ରାଜପଥକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବାରୁ ବିଭିନ୍ନ ସହରରେ ସଭା ଓ ସମାବେଶ ଉପରେ କଟକଣା ଜାରି କରାଯାଇଛି।

Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ

ଫ୍ରାନ୍ସ ଗୃହ ମନ୍ତ୍ରାଳୟ ଅନୁଯାୟୀ, ଏହି ବୃହତ୍ ସୁରକ୍ଷା ଅପରେସନରେ ବିଶେଷ ପୁଲିସ ୟୁନିଟ୍, ସ୍ୱାଟ୍ ଟିମ୍, ହେଲିକପ୍ଟର, ବିଶେଷ ସୁରକ୍ଷା ଥିବା ସାମରିକ ଯାନ ଓ  ସ୍ବତନ୍ତ୍ର କମାଣ୍ଡୋ ନିୟୋଜିତ ଥିବା ବେଳେ ଦଙ୍ଗାକାରୀଙ୍କୁ ରୋକିବାକୁ  ଜଳତୋପ ବ୍ୟବହାର କରାଯାଉଛି। ଏହାସହ ଉପଦ୍ରବ ଓ ଲୁଟ୍‌ପାଟ ରୋକିବାକୁ ପ୍ୟାରିସ ରାଜପଥରେ ଫ୍ରାନ୍ସ ସୈନିକମାନଙ୍କର ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ଗୃହମନ୍ତ୍ରୀ ଲୁସେଣ୍ଟ ନୁନେଜ୍ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଦେଶର ସମ୍ପତ୍ତି ଧ୍ୱଂସ କରୁଥିବା ଶକ୍ତିଙ୍କ ପ୍ରତି ସରକାର ସାଲିସ୍ ବିହୀନ କଠୋର ଆଭିମୁଖ୍ୟ ଗ୍ରହଣ କରିବେ। କେତେକ ସହରରେ ସାମୟିକ ଭାବେ କର୍ଫୁ ମଧ୍ୟ ଜାରି କରାଯାଇଛି।

୭୦ ହଜାର ପୁଲିସ ଓ ସ୍ୱାଟ୍ ଟିମ୍ ମୁତୟନ
ସମଗ୍ର ଦେଶରେ ହାଇ ଆଲର୍ଟ
ସାମରିକ ବାହିନୀର ପାଟ୍ରୋଲିଂ

DMFରୁ ପଡ଼ୋଶୀ ଜିଲ୍ଲାକୁ ୭୦ ଭାଗ ଅନୁଦାନ ବିରୁଦ୍ଧରେ ତେଜୁଛି ସ୍ବର

ରାଜଧାନୀ ପ୍ୟାରିସରେ ପ୍ରମୁଖ ଛାତ୍ର ସଂଗଠନ ୟୁଏନ୍‌ଇଏଫ ଏବଂ ଶ୍ରମିକ ସଂଗଠନ ସିଜିଟି ପକ୍ଷରୁ ଆଜି ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଛି। । ତେବେ ରଏଟର୍ସ ରିପୋର୍ଟ ଅନୁଯାୟୀ କର୍ତ୍ତୃପକ୍ଷ କେବଳ ସ୍ୱୀକୃତିପ୍ରାପ୍ତ ଟ୍ରେଡ୍ ୟୁନିଅନ୍ ଶୋଭାଯାତ୍ରାକୁ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ମ୍ୟୁଜିୟମ ଏବଂ ସାଂସ୍କୃତିକ କେନ୍ଦ୍ରଗୁଡ଼ିକ  ସମ୍ପୂର୍ଣ୍ଣ ବନ୍ଦ ରହିଛି।  ୨୪ଟି  ମେଟ୍ରୋ ଷ୍ଟେସନ ମଧ୍ୟ ଜନସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହୋଇଥିବା ହିଂସାକାଣ୍ଡ ଏବଂ ଭୟାବହ ଦଙ୍ଗା ବିଗତ ଅନେକ ବର୍ଷ ମଧ୍ୟରେ ଫ୍ରାନ୍ସର ସବୁଠାରୁ ଗମ୍ଭୀର ସଙ୍କଟ ଥିଲା, ଯେଉଁଥିରେ ପ୍ରାୟ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଥିଲେ।   ଫ୍ରାନ୍ସ ଆଇନ ମନ୍ତ୍ରୀ ଗେରାଲ୍ଡ ଡାରମାନିନ ଜଣାଇଛନ୍ତି ଯେ, ଏହି ଦଙ୍ଗା ଓ ଧ୍ୱଂସଲୀଳା ମାମଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨,୭୦୦ ଜଣ ଅଟକ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.