ଭାରତ ଛାଡ଼ିଲେ ଅପୂର୍ବା!

4 days ago 3
ARTICLE AD BOX

କଣ୍ଟେଣ୍ଟ୍‌ କ୍ରିଏଟର୍‌ ଅପୂର୍ବା ମୁଖିଜା ଏବେ ଆଉ ଭାରତରେ ରହୁନାହାନ୍ତି। ‘ରେବେଲ୍‌ କିଡ୍‌ ଅପୂର୍ବା’ ଭାବେ ସୋସିଆଲ୍‌ ମିଡିଆରେ ଲୋକପ୍ରିୟତା ସାଉଁଟିଥିବା ଏହି କ୍ରିଏଟର୍‌ ଜଣକ ନ୍ୟୁୟର୍କକୁ ସ୍ଥାନାନ୍ତର ହୋଇଥିବା ସୂଚନା ଦେଇଛନ୍ତି। ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ ବିବାଦ ପରେ ଅପୂର୍ବାଙ୍କ ଏହି ନିଷ୍ପତ୍ତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅପୂର୍ବା ଏଠାରେ କୌଣସି ବିବାଦକୁ ଭୟ କରି ନ‌ୁହେଁ‌, ବରଂ ନିଜ ପାଠପଢ଼ା ଓ ନୂଆ ଅନୁଭୂତି ପାଇଁ ନ୍ୟୁୟର୍କ ଯାଇଥିବା କହିଛନ୍ତି।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

ନିକଟରେ ଏକ ପଡ୍‌କାଷ୍ଟ୍‌ରେ ନ୍ୟୁୟର୍କରେ ଏମ୍‌ବିଏ ପଢ଼ିବାକୁ ଯାଇଥିବା କଥ‌ା ଅପୂର୍ବା ପ୍ରକାଶ କରିଛନ୍ତି। ନୂଆ ଲୋକଙ୍କ ସହ ପରିଚିତ ହେବା, ନୂଆ ପରିବେଶରେ ଜୀବନକୁ ଅନୁଭବ କରିବା ଏବଂ ନୂଆ ଅଭିଜ୍ଞତା ହାସଲ କରିବା ତାଙ୍କ ନିଷ୍ପତ୍ତିର ଅନ୍ୟତମ କାରଣ। ନ୍ୟୁୟର୍କର ଦ୍ରୁତ ଜୀବନଶୈଳୀ, ଫ୍ୟାସନ୍‌, ଖାଦ୍ୟ ଓ ସ୍ଥାପତ୍ୟ ତାଙ୍କୁ ଆକର୍ଷିତ କରିଥିବା ସେ କହିଛନ୍ତି। ଅପୂର୍ବା ନ୍ୟୁୟର୍କ ଯିବା ପରେ ତାଙ୍କର ସୋସିଆଲ୍‌ ମିଡିଆରେ ସକ୍ରିୟତା କମ୍‌ ହେବ ବୋଲି ପ୍ରଶଂସକମାନେ ସନ୍ଦେହ କରୁଥିବା ବେଳେ ସେ କିନ୍ତୁ ଏଥିରେ ବିରାମ ଲଗାଇଛନ୍ତି। ନ୍ୟୁୟର୍କରେ ମଧ୍ୟ ନିଜ ଇଚ୍ଛା ଅନୁସାରେ କଣ୍ଟେଣ୍ଟ ତିଆରି କରିବେ ବୋଲି ଅପୂର୍ବା କହିଛନ୍ତି। ତେବେ ପୂର୍ବଭଳି ନିୟମିତ ଭାବେ ଷ୍ଟୋରିଟାଇମ୍‌ ଭିଡିଓ କରିବେ ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି।

Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.