Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_uplsm00fdvqr0f1k48v76cvb43, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
ମୋ’ ମନ୍ତ୍ରୀଙ୍କୁ ଫଶାଇବାକୁ ଷଡ଼୍‌ଯନ୍ତ୍ର ହେଉଛି: ଅଭିଯୁକ୍ତ କାଶ ପାଶଓ୍ବାନ - CGPT.IN

ମୋ’ ମନ୍ତ୍ରୀଙ୍କୁ ଫଶାଇବାକୁ ଷଡ଼୍‌ଯନ୍ତ୍ର ହେଉଛି: ଅଭିଯୁକ୍ତ କାଶ ପାଶଓ୍ବାନ

59 minutes ago 2
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ସର୍କିଟ୍ ହାଉସରୁ ପେସାଦାର ଅପରାଧୀଙ୍କ ସହ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ରାଉରକେଲା ପୁଲିସ ତଦନ୍ତକୁ ଆହୁରି ଜୋରଦାର କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶଓ୍ବାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ରଘୁନାଥପାଲି ଥାନା ପୁଲିସ। ଶନିବାର ଦିନ ପ୍ରାୟ ୧୨ଟାରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ମେଡିକାଲ ଯାଞ୍ଚ ପରେ ତାଙ୍କୁ ରଘୁନାଥପାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ ପ୍ରକାଶକୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲା। ଗଢୁଥିବା ବେଆଇନ ସାମ୍ରାଜ୍ୟ ପଛରେ କାହାର ହାତ ରହିଛି? ସହରବ୍ୟାପୀ ଗୁଣ୍ଡାରାଜ ଚଳାଇବାକୁ କିଏ ଦେଇଥିଲା ସାହସ? କାହା ସଂରକ୍ଷଣରେ ବାଲି ମାଫିଆଙ୍କ ଠାରୁ ବେଆଇନ ଦାଦା ବଟି ଆଦାୟ ହେଉଥିଲା? କାହା ଅନୁମତିରେ ଜଙ୍ଗଲ ଜମିରେ କରିଥିଲେ ଅଫିସ୍? ସରକାରୀ ଟେଣ୍ଡର୍‌ ଦେବାରେ କିଏ ସହଯୋଗ କରୁଥିଲା ଓ ପ୍ରତି ଟେଣ୍ଡର ପିଛା କେତେ ଟଙ୍କା ନେଉଥିଲେ? ଏଭଳି ଏକାଧିକ ପ୍ରଶ୍ନକୁ ନେଇ ତନ୍ନତନ୍ନ କରି ଜେରା କରିବାକୁ ଚେଷ୍ଟା କରୁଥିଲେ ହେଁ ପ୍ରକାଶ ପୁଲିସକୁ ସହଯୋଗ କରୁନଥିଲେ। ପୁଲିସ ପ୍ରଶ୍ନର ସିଧା ଉତ୍ତର ନଦେଇ ଏପଟସେପଟ କାହାଣୀ ଶୁଣାଉଥିବା ଜଣାପଡ଼ିଛି। 

ସେପଟେ ଆଜି ହସ୍ପିଟାଲରୁ ବାହାରିବା ସମୟରେ ମଧ୍ୟ ପ୍ରକାଶ ପ୍ରତିକ୍ରିୟା ରଖିଛନ୍ତି। ମୋ’ ମନ୍ତ୍ରୀଙ୍କୁ ଫଶେଇବାକୁ ପ୍ରୟାସ କରାଯାଉଥିବା ଚିତ୍କାର କରି କହିଛନ୍ତି। ମିଳିଥିବା ସୂଚନାନୁଯାୟୀ, ପ୍ରକାଶ ଏକ ଟେଣ୍ଡର୍‌ କାରବାର କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୬ ଲକ୍ଷ ଟଙ୍କା ନେଇଥିଲେ। ଏହି ଟଙ୍କାକୁ ସେ ନିଜ ଆକାଉଣ୍ଟରେ ନନେଇ ନିଜର ନିକଟତମ ସହଯୋଗୀ ତଥା ବିଜେପିର ଗୋପବନ୍ଧୁପାଲି ମଣ୍ଡଳ ସଭାପତି ଜନ ନାଏକଙ୍କ ଆକାଉଣ୍ଟରେ ନେଇଥିଲେ। 

ଏହାଛଡ଼ା ନିଜ ଅଫିସ ନିର୍ମାଣ କରିବା ସହ ଅଫିସ ପାଇଁ ୪ଟି ସିସିଟିଭି, ଇଣ୍ଡକ୍ସନ, ଟେବୁଲ୍ ଆଦି ଆବଶ୍ୟକ ଉପକରଣ ମାଲଗୋଦାମର ଜଣେ ହୋଟେଲ ମାଲିକଙ୍କ ଠାରୁ ଦାଦାବଟି ଆକାରରେ ଆଦାୟ କରିଥିଲେ। ଏମିତିକି ସହରର ଗରିବ ଅସହାୟ ମହିଳାଙ୍କଠାରୁ ମଧ୍ୟ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏତଦ୍‌ବ୍ୟତୀତ ଗୋ-ଚାଲାଣ ରୢାକେଟ୍‌ ପଛରେ ମଧ୍ୟ ପ୍ରକାଶଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଏହି ଦିଗକୁ ମଧ୍ୟ ପୁଲିସ ତନାଘନା କରୁଥିବା ଜଣାପଡ଼ିଛି।

ଜେଲ୍‌ଗଲା ନକଲି ସୁନା ବେପାରୀ, ଗ୍ୟାଙ୍ଗ୍‌ ଧରିବାକୁ ରାଞ୍ଚିରେ ରାଉରକେଲା ପୁଲିସ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.