ARTICLE AD BOX
ଭୁବନେଶ୍ବର: ବିକାଶ ନାମରେ ବ୍ୟାପକ ଗଛକଟା ଚାଲିଛି। ଯାହାର ପ୍ରଭାବରେ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଋତୁଚକ୍ରରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ‘ସମ୍ବାଦ ସାହିତ୍ୟଘର’। ୨୦୧୯ ମସିହା ଫନି ବାତ୍ୟା ପ୍ରଳୟ ରଚିବା ପରେ ‘ସମ୍ବାଦ’ ଓ ‘ସାହିତ୍ୟଘର’ର ପ୍ରତିଷ୍ଠାତା ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍ଦର୍ଶନକ୍ରମେ ସାରା ରାଜ୍ୟରେ ପ୍ରତିବର୍ଷ ବୃକ୍ଷରୋପଣ ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଚଳିତବର୍ଷ ଜୁନ ୫ ତାରିଖ ପରିବେଶ ଦିବସରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା, ଯାହା ପାଖାପାଖି ୩ ମାସ ଧରି ରାଜ୍ୟର ସମସ୍ତ ୩୧୪ ବ୍ଲକ୍ର ୩୭୨ ‘ସାହିତ୍ୟଘର’ ଶାଖା ପକ୍ଷରୁ ଜାରି ରହିଥିଲା।
Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ତଥ୍ୟ ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୧ ଲକ୍ଷ ୨୮ ହଜାର ୫୯ ଚାରା ଲାଗିଛି। ‘ସମ୍ବାଦ’ର ୧୦ଟି ସଂସ୍କରଣ ମଧ୍ୟରୁ ସମ୍ବଲପୁର ସଂସ୍କରଣ ଅଧୀନ ୪ଟି ଜିଲ୍ଲାରେ ୮ ହଜାର ୮୫୭ ଚାରା ଲାଗିଥିବା ବେଳେ ରାଉରକେଲା ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୫ ହଜାର ୪୯୫, ଅନୁଗୁଳ ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୬ ହଜାର ୮୯୨, କଟକ ସଂସ୍କରଣ ଅଧୀନ ୩ଟି ଜିଲ୍ଲାରେ ୨୮ ହଜାର ୩୯୧, ଯାଜପୁର ସଂସ୍କରଣ ଅଧୀନ ୨ଟି ଜିଲ୍ଲାରେ ୬ ହଜାର ୫୬୨, ବାଲେଶ୍ବର ସଂସ୍କରଣ ଅଧୀନ ୩ଟି ଜିଲ୍ଲାରେ ୨୬ ହଜାର ୨୧୮, ଜୟପୁର ସଂସ୍କରଣ ଅଧୀନ ୪ଟି ଜିଲ୍ଲାରେ ୧୫ ହଜାର ୭୬୧, ବ୍ରହ୍ମପୁର ସଂସ୍କରଣ ଅଧୀନ ୩ଟି ଜିଲ୍ଲାରେ ୧୪ ହଜାର ୨୩୧ ଏବଂ ଭୁବନେଶ୍ବର ସଂସ୍କରଣ ଅଧୀନ ୩ଟି ଜିଲ୍ଲା ମଧ୍ୟରୁ ଗ୍ରାମାଞ୍ଚଳରେ ୭ ହଜାର ୫୧ ଏବଂ ଭୁବନେଶ୍ବର ମହାନଗରରେ ୧ ହଜାର ୯୫୮ ଚାରା ଲଗାଯାଇଛି।
Indian Railways: ପୂର୍ବତଟ ରେଳପଥର ଏଜିଏମ୍ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର
ଏହି ସଫଳତା ପାଇଁ ବୃକ୍ଷରୋପଣ ଅଭିଯାନ ତଥା ‘ସମ୍ବାଦ ସାହିତ୍ୟଘର’ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତି, ସ୍ବେଚ୍ଛାସେବୀ ସଙ୍ଗଠନ, ସରକାରୀ ଓ ବେସରକାରୀ ଅନୁଷ୍ଠାନର ସଦସ୍ୟ ଏବଂ ବୃହତ୍ ‘ସମ୍ବାଦ’ ପରିବାରର ସମସ୍ତ ସହଯୋଗୀମାନଙ୍କୁ ଶ୍ରୀ ପଟ୍ଟନାୟକ ଓ ‘ସମ୍ବାଦ-ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସାଧୁବାଦ ଜଣାଇଛନ୍ତି। ‘ସମ୍ବାଦ-ସାହିତ୍ୟଘର’ର ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପ୍ରତିବର୍ଷ ନୂଆ ନୂଆ ସଦସ୍ୟ ଯୋଡ଼ି ହେଉଛନ୍ତି, ଯାହା ଅଭିଯାନକୁ ବଳ ଯୋଗାଉଛି।

1 hour ago
2


