ARTICLE AD BOX
୧୨ଟି ଜିଲ୍ଲାରେ ଉତ୍ପାଦନ, ଜୈବ ଇନ୍ଧନ, ମହାକାଶ ଓ ପ୍ରତିରକ୍ଷା, ଔଷଧ, ଭିତ୍ତିଭୂମି ଏବଂ ପର୍ଯ୍ୟଟନ କ୍ଷେତ୍ରର ୨୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି
ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ୧୫୧ତମ ସିଙ୍ଗିଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥୋରିଟି(ଏସଏଲଏସଡ଼ବ୍ଲୁ ସିଏ) ବୈଠକରେ ରାଜ୍ୟ ସରକାର ଆଜି ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ଏସଏଲଏସଡବ୍ଲୁସିଏ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ଜୈବ ଇନ୍ଧନ, ଉତ୍ପାଦନ, ମହାକାଶ ଓ ପ୍ରତିରକ୍ଷା, ରସାୟନ ଓ ପେଟ୍ରୋରସାୟନ, ଭିତ୍ତିଭୂମି, ପ୍ଲାଷ୍ଟିକ୍, ଔଷଧ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ, କାଗଜ ଓ ପ୍ୟାକେଜିଂ ଆଦି ୧୧ଟି କ୍ଷେତ୍ର ରହିଛି । ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲା ଯଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ରହିଛି।

1 hour ago
2


