AAkash: ଆକାଶ ଇନ୍‌ଭିକ୍ଟସ୍‌ ଇଞ୍ଜିନିୟରିଂ ୨.୦ ଆରମ୍ଭ

2 weeks ago 6
ARTICLE AD BOX

ଭୁବନେଶ୍ବର: ଆକାଶ ଏଜୁକେସନାଲ୍‌ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ‘ଆକାଶ ଇନ୍‌ଭିକ୍ଟସ୍‌-ଇଞ୍ଜିନିୟରିଂ ୨.୦’ ଘୋଷଣା କରାଯାଇଛି। ଜେଇଇ ମେନ୍‌, ଆଡ୍‌ଭାନ୍ସଡ୍‌ ଓ ରାଜ୍ୟ ସିଇଟି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଏସ୍‌, ଆଚିଭର, ଆକ୍ସଲରେଟର ଓ ଆପେକ୍ସ ଭଳି ଚାରିଟି ବ୍ୟାଚ୍‌ ରହିଛି। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଅବସରରେ ଜାତୀୟ ଏକାଡେମିକ୍‌ ନିର୍ଦ୍ଦେଶକ ଅଜୟ କୁମାର ଶର୍ମା, ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଅଜୟ ବାହାଦୂର ସିଂହ ଓ ଏକାଡେମିକ୍‌ ନିର୍ଦ୍ଦେଶକ ଓଡ଼ିଶା ରାଜୀବ ନୟନ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: Attack: ସାଉଦି ବିମାନବନ୍ଦର ଆକ୍ରମଣ; ଆହତ ୪ ଭାରତୀୟ ଆଇସିୟୁରେ

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଚନ୍ଦ୍ର ଶେଖର ରେଡ୍ଡି ଗରିସା ଏ ସମ୍ପର୍କରେ କହିଛନ୍ତି ଯେ ଆମର ଶ୍ରେଷ୍ଠ ଶିକ୍ଷକମାନଙ୍କ ଦ୍ବାରା ଆକାଶ ଇନ୍‌ଭିକ୍ଟସ୍‌-ଇଞ୍ଜିନିୟରଂ ୨.୦କୁ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରଥମେ ନିର୍ଦ୍ଦିଷ୍ଟ କିଛି କେନ୍ଦ୍ରରେ କାର୍ଯ୍ୟକାରୀ କରାଯାଇଥିଲା ଓ ଜେଇଇ ୨୦୨୬ରେ ତାହାର ଚମତ୍କାର ଫଳାଫଳ ମିଳିଥିଲା। ସେଥିପାଇଁ ଏହାକୁ ଆକାଶ ପ୍ରତିଟି କେନ୍ଦ୍ରକୁ ଅଣାଯାଇଛି। ଆମର ବିଶ୍ବାସ ରହିଛି ଯେ ଏହା ଆମ ଛାତ୍ରଛାତ୍ରୀମାନଙ୍କୁ ଭଲ ରୢାଙ୍କ ରଖିବାରେ ସହାୟକ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.