Abducted and Killed Over Mobile ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

1 hour ago 2
ARTICLE AD BOX

ରାଇରଙ୍ଗପୁର/ବାଦାମପାହାଡ: ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକକୁ ଅପହରଣ କରି ହତ୍ୟା କରିବା ଘଟଣାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବାଦାମପାହାଡ଼ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି। 

Judgement: ଯୁବକଙ୍କୁକୁ ଅପହରଣ-ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା ଉଦ୍ୟମ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ
ସୂଚନା ଅନୁଯାୟୀ, ନିକଟରେ ଯାଇଥିବା ଦଶମୀ (ଦୁର୍ଗାପୂଜା) ରାତିରେ ଦୁଧିଝରଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋବାଇଲଟି ମେଳାରେ ହଜିଯାଇଥିଲା । ସେହି ରାତିରେ କଣ୍ଟାଶୋଲା ଗ୍ରାମର ବର୍ଜୁ ଦେହୁରୀ(୩୦)ଙ୍କ ପୁଅ ରାମ ଦେହୁରୀ ମେଳାରୁ ଏକ ମୋବାଇଲ ପାଇଥିଲେ । ତେବେ ଉକ୍ତ ମୋବାଇଲଟି ଦୁଧିଝରଣ ଗ୍ରାମର ବ୍ୟକ୍ତିଙ୍କ ହଜିଥିବା ମୋବାଇଲ ନଥିଲା । 

ଯୋଜନାବଦ୍ଧ ଅପହରଣ ଓ ହତ୍ୟାକାଣ୍ଡ: ୧୨ଦିନ ପରେ ମିଳିଲା ମୃତଦେହ
ତେବେ ମୋବାଇଲ୍‌ ମିଳିଥିବା ଘଟଣା ପ୍ରସାରିତ ହେବା ପରେ ଗତ ରବିବାର ସନ୍ଧ୍ୟାରେ ଦୁଧିଝରଣ ଗ୍ରାମର ଚାରି ଜଣ ଯୁବକ କଣ୍ଟାଶୋଲା ଗ୍ରାମକୁ ଆସି ବର୍ଜୁ ଦେହୁରୀ ଓ ତାଙ୍କ ପୁଅ ରାମଙ୍କୁ ଦୁଧିଝରଣ ଗ୍ରାମକୁ ନେଇଯାଇଥିଲେ। ସେଠାରୁ ରାମକୁ ଫେରାଇ ଦେଇଥିବା ବେଳେ ବର୍ଜୁଙ୍କୁ ଅଟକ ରଖିଥିଲେ। 

ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ
ଗତକାଲି (ସୋମବାର) ପୂର୍ବାହ୍‌ଣରେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡ଼ିହି ଛକ ନିକଟରେ ବର୍ଜୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବାଦାମପାହାଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏସଡିପିଓ ବୀରେନ୍ଦ୍ର ସେନାପତି କହିଛନ୍ତି, ଏନେଇ ନଂ ୧୫୧/୨୬ ରେ ଏକ ମାମଲା ରୁଜୁ କରିଛି । ସମସ୍ତ ଦିଗକୁ ନେଇ ଥାନା ଅଧିକାରୀ କେ.କେ ହେମ୍ବ୍ରମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।  ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.