ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିରଙ୍ଗା ମାର୍ଚ୍ଚକୁ ନେଇ ତେଜିଲା ରାଜନୈତିକ ଉତ୍ତେଜନା। ଆନ୍ଦୋଳନକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଚର୍ଚ୍ଚାକୁ ଆସିଛନ୍ତି ଛାତ୍ରନେତ୍ରୀ ନେହା ବୋରା ଓ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନେହାଙ୍କୁ ପ୍ରାୟ ୧୨ ଘଣ୍ଟା ଅଟକ ରଖିବା ପରେ ପୁଲିସ ଛାଡ଼ିଥିବା ବେଳେ ଅଭିଜିତଙ୍କୁ ପ୍ରିଭେଣ୍ଟିଭ୍ ଆରେଷ୍ଟ କରାଯାଇଛି। ଏହାକୁ ନେଇ ଛାତ୍ର ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମଣ୍ଡି ହାଉସ୍ରୁ ଜନ୍ତରମନ୍ତର ଅଭିମୁଖେ ଆୟୋଜିତ ତ୍ରିରଙ୍ଗା ମାର୍ଚ୍ଚରେ ସାମିଲ ହେବା ପରେ AISAର ସଭାପତି ନେହା ବୋରାଙ୍କୁ ପୁଲିସ ଅଟକ ରଖିଥିଲା। ତାଙ୍କୁ କେଉଁଠି ରଖାଯାଇଛି, ତାହା ଜଣାପଡ଼ୁ ନ ଥିବା ଛାତ୍ର ସଂଗଠନ ଅଭିଯୋଗ କରିଥିଲା। ପରେ ସେ ଆର୍କେ ପୁରମ୍ ଥାନାରେ ଥିବା ଜଣାପଡ଼ିଥିଲା। ପ୍ରାୟ ୧୨ ଘଣ୍ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
Rahul Gandhi: ରାହୁଲ ଗର୍ଭବତୀ ସାମ୍ବାଦିକଙ୍କୁ ଠେଲି ଦେଇଥିବା ଅଭିଯୋଗର ଶୁଣାଣି କରିବେ ସୁପ୍ରିମ୍କୋର୍ଟ
ମୁକ୍ତ ହେବା ପରେ ନେହା ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ନାଗରିକଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ତାଙ୍କ ଘରୁ ଅଟକ ରଖାଯାଇଥିବା ଖବର ମିଳିଛି। ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଅଟକ ରଖାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକାରେ ହେରଫେର ଅଭିଯୋଗ ଆଣି ପ୍ରତିବାଦ କରିବାକୁ ଯୋଜନା ଥିବା ଦଳ ପକ୍ଷରୁ କୁହାଯାଇଛି। ଏହାସହ ଦଳର ଦୁଇ ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ଗିରଫଦାରୀକୁ ମଧ୍ୟ ଏହି ଆନ୍ଦୋଳନର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦିଲ୍ଲୀରେ ରାଜନୈତିକ ମାହୋଲ ସରଗରମ ହୋଇଛି ।

1 week ago
4


