ARTICLE AD BOX
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଜାରି ରହିଥିବା ପ୍ରତିବାଦ ମଧ୍ୟରେ, କକ୍ରୋଚ୍ ଜନତା ପାର୍ଟି(ସଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ତାଙ୍କର ଅନଶନ ଭାଙ୍ଗିଛନ୍ତି। ସୋନମ ୱାଙ୍ଗଚୁକ୍ଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଘୋଷଣା କରିଛନ୍ତି ଯେ, ୱାଙ୍ଗଚୁକ୍ ଦୀପକେଙ୍କୁ ତାଙ୍କର ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିଲେ କାରଣ ତାଙ୍କୁ ପ୍ରତିବାଦ ଜାରି ରଖିବା ପାଇଁ ଶକ୍ତିର ଆବଶ୍ୟକତା ରହିଛି।
ଗୀତାଞ୍ଜଳି ଆଙ୍ଗମୋ ଜନ୍ତର ମନ୍ତର ପ୍ରତିବାଦ ମଞ୍ଚରୁ ଘୋଷଣା କରିବା ପରେ ଦୀପକେ ଜୁସ୍ ପିଇଥିଲେ। କିଛି ସମୟ ପରେ, ଦୀପକେ ଏବଂ ଆଙ୍ଗମୋ ସଂସଦ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସେମାନଙ୍କ ସହିତ ଆତ୍ମହତ୍ୟା କରିଥିବା ଏନଇିଟି ପ୍ରାର୍ଥୀ ରିଆ କୁମାରୀଙ୍କ ବାପା ମଧ୍ୟ ଥିଲେ।
ସାଉଦି ଆରବରେ ଥିବା ଭାରତୀୟ ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର
ସିଜେପିର ସୌରଭ ଦାସ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସରକାର ଆଲୋଚନା ପାଇଁ ଯୋଗାଯୋଗ କରିଛନ୍ତି। କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଆଶୁତୋଷ ରାଙ୍କା ଏବଂ ମୁଁ, ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଉଛୁ। ସରକାର ସକାଳେ ଆଲୋଚନା ପାଇଁ ଯୋଗାଯୋଗ କରିଥିଲେ। ଆମର ଦାବି ସ୍ପଷ୍ଟ। ଯୁବପିଢ଼ି ବିପୁଳ ସଂଖ୍ୟାରେ ଏକାଠି ହୋଇଛନ୍ତି।

1 month ago
12


