ARTICLE AD BOX
ଭୁବନେଶ୍ୱର: ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂତନ ଏସୟୁଭି ହୁଣ୍ଡାଇ ବେୟନକୁ ଉତ୍କଳ ଅଟୋମୋବାଇଲରେ ଉନ୍ମୋଚନ କରାଯାଇଛି। ଏହାକୁ ଆଧୁନିକ ଜ୍ଞାନକୌଶଳ, ଉନ୍ନତ ସୁରକ୍ଷା ଓ ଭଲ ପ୍ରଦର୍ଶନ ସହିତ ପ୍ରସ୍ତୁତ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୯,୯୯,୯୯୦ ଟଙ୍କା (ଏକ୍ସ ସୋରୁମ୍) ରଖାଯାଇଛି। ଏହି ଏସ୍ୟୁଭିରେ ୧.୫-ଲିଟରର ପେଟ୍ରୋଲ୍ ଇଞ୍ଜିନ୍ ରହିଛି ଯାହା ୧୧୫ ପି ଏସ ଶକ୍ତି ଓ ୧୪୩.୮ ଏନଏମ୍ ଟର୍କ ପ୍ରଦାନ କରୁଛି। ଗ୍ରାହକମାନେ ଏହାକୁ ୬ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଓ ଇଣ୍ଟେଲିଜେଣ୍ଟ୍ ଭେରିଏବଲ୍ ଟ୍ରାନ୍ସମିସନ୍ (ଆଇଭିଟି) ଭଳି ଦୁଇଟି ବିକଳ୍ପରେ କିଣି ପାରିବେ। ଏଥିରେ ଜେନେରେଟିଭ୍ ଏଆଇ ଭଏସ୍ ଆସିଷ୍ଟାଣ୍ଟ, ୧୨.୩ ଇଞ୍ଚର ପାନୋରାମିକ୍ ଡିସପ୍ଲେ ଓ ୭୦ରୁ ଅଧିକ ବ୍ଲୁଲିଙ୍କ୍ କନେକ୍ଟେଡ୍ ସୁବିଧା ଦିଆଯାଇଛି। ସୁରକ୍ଷା ପାଇଁ ଏଥିରେ ୫-ଷ୍ଟାର୍ ମାନଦଣ୍ଡ ଓ ୨୩ଟି ଅତ୍ୟାଧୁନିକ ଡ୍ରାଇଭର ସହାୟତା ସୁବିଧା ସହିତ ୮୦ରୁ ଅଧିକ ସୁରକ୍ଷା ବୈଶିଷ୍ଟ୍ୟ ରହିଛି। ଗାଡ଼ି ଭିତରେ ବସିବା ପାଇଁ ବେଶ୍ ଜାଗା, ଭେଣ୍ଟିଲେଟେଡ୍ ସିଟ୍, ପାନୋରାମିକ୍ ସନରୁଫ୍ ଓ ୫୦୫ ଲିଟରର ବୁଟ୍ ସ୍ପେସ୍ ରହିଛି। ଏହି ନୂତନ ଏସ୍ୟୁଭି ମୋଟ ୧୦ଟି ସୁନ୍ଦର ରଙ୍ଗର ବିକଳ୍ପରେ ଉପଲବ୍ଧ।
ବାତ୍ୟା 'ଅର୍ଣ୍ଣବ'ର ପ୍ରକୋପ! ନୀଳଚକ୍ରରୁ ଖସିପଡ଼ିଲା ଭକ୍ତଙ୍କର ମାନସିକ ବାନା

1 hour ago
1


