ARTICLE AD BOX
ଭୁବନେଶ୍ୱର: ଦୀପାବଳି ଅବସରରେ ଅଳଙ୍କାର କିଣାକୁ ଆକର୍ଷଣୀୟ କରିବା ପାଇଁ ଅନ୍ତର୍ଜାତୀୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ୍ ପକ୍ଷରୁ ‘ଜୟୱାଲି ଦିୱାଲି’ ପାର୍ବଣ ଅଫର୍ ଆରମ୍ଭ କରାଯାଇଛି। ଏହି ଅଫର୍ରେ ସମସ୍ତ ପ୍ରକାର ଅଳଙ୍କାରର ଗଢ଼ା ମଜୁରି ଉପରେ ୫୦ ପ୍ରତିଶତ ରିହାତି ମିଳିବ। ଏହା ସହ ଯେକୌଣସି ଦୋକାନରୁ କିଣାଯାଇଥିଲା ପୁରୁଣା ସୁନା ବଦଳ କଲେ କୌଣସି ଓଜନ କଟାଯିବ ନାହିଁ। ପୁରୁଣା ସୁନା ବିକ୍ରି କରି ଟଙ୍କା ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ମଧ୍ୟ ୧୫ ମିନିଟ୍ ମଧ୍ୟରେ ତୁରନ୍ତ ନଗଦ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି।
କମ୍ପାନିର ସୂଚନା ଅନୁସାରେ, ଏହି ଅଫର୍ରେ ସୁନା, ହୀରା, ଅନକଟ୍ ହୀରା, ମୂଲ୍ୟବାନ ପଥର, ପ୍ଲାଟିନମ୍ ଓ ରୁପା ଅଳଙ୍କାର ସାମିଲ ରହିଛି। ଗ୍ରାହକମାନେ ପାରମ୍ପରିକ ଭାରତୀୟ ଗହଣାଠାରୁ ଆରମ୍ଭ କରି ଆଧୁନିକ ଡିଜାଇନ୍ ଓ ବିଦେଶୀ ଶୈଳୀର ଅଳଙ୍କାର ମଧ୍ୟରୁ ନିଜ ପସନ୍ଦ ଅନୁସାରେ ବାଛିପାରିବେ। ବିବାହ, ପାର୍ବଣ ଓ ଅନ୍ୟାନ୍ୟ ଉତ୍ସବ ପାଇଁ ଗହଣା କିଣିବା ସହ ପ୍ରତିଦିନ ପିନ୍ଧିବା ଭଳି ଅଳଙ୍କାର ମଧ୍ୟ ଏଠାରେ ଉପଲବ୍ଧ ରହିଛି। ଅଳଙ୍କାର କିଣାକୁ ଅଧିକ ଭରସାଯୋଗ୍ୟ କରିବା ପାଇଁ କମ୍ପାନି ପକ୍ଷରୁ ଆଜୀବନ ଅଳଙ୍କାର ରକ୍ଷଣାବେକ୍ଷଣ, ଏକ ବର୍ଷର ମାଗଣା ବୀମା ଓ ବାଏବ୍ୟାକ୍ ଗ୍ୟାରେଣ୍ଟି ଭଳି ସୁବିଧା ମଧ୍ୟ ଦିଆଯାଉଛି।
ଏହି ଅଭିଯାନ ସମ୍ପର୍କରେ ଜୟଆଲୁକ୍କାସ୍ ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନର୍ଦ୍ଦେଶକ ଡ. ଜୟ ଆଲୁକ୍କାସ୍ କହିଛନ୍ତି, ଦୀପାବଳି ନୂଆ ଆରମ୍ଭର ପର୍ବ। ଏହା ଆମ ପ୍ରିୟଜନଙ୍କ ସହ ଖୁସି ବାଣ୍ଟିବାର ଅବସର। ‘ଜୟୱାଲି ଦିୱାଲି’ ଅଭିଯାନ ମାଧ୍ୟମରେ ଆମେ ଏହି ଖୁସିକୁ ଆହୁରି ବଢ଼ାଇବାକୁ ଚାହୁଁଛୁ। ଗଢ଼ା ମଜୁରିରେ ୫୦ ପ୍ରତିଶତ ରିହାତି, ପୁରୁଣା ସୁନା ବଦଳରେ କୌଣସି କାଟ ନ ହେବା ଏବଂ ମାତ୍ର ୧୫ ମିନିଟ୍ରେ ନଗଦ ଟଙ୍କା ପ୍ରଦାନ ଭଳି ସୁବିଧା ଗ୍ରାହକଙ୍କୁ ଅଧିକ ମୂଲ୍ୟ ଓ ପସନ୍ଦ ଦେବ। ଏହି ଆଲୋକର ପର୍ବକୁ ଆମ ସହ ପାଳନ କରିବା ପାଇଁ ଆମେ ସମସ୍ତଙ୍କୁ ନିକଟସ୍ଥ ଜୟଆଲୁକ୍କାସ୍ ଶୋ’ରୁମ୍କୁ ଆସିବାକୁ ଆମନ୍ତ୍ରଣ କରୁଛୁ।
ସମ୍ପାଦକ ବିହୀନ ସରମରା ସମବାୟ ସମିତିରେ ଅଚଳାବସ୍ଥା, ଆନ୍ଦୋଳନ ଚେତାବନୀ

50 minutes ago
2


