ARTICLE AD BOX
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ ହୋଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।
/filters:format(webp)/sambad/media/media_files/2026/10/28/tirthayatri-train1-2026-10-28-19-20-36.jpeg)
ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ସହଯୋଗରେ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ଠାରେ ଆଜି(ବୁଧବାର) ପୂର୍ବାହ୍ନ ସମୟରେ ଶୁଭାରମ୍ଭ ଏହି ଟ୍ରେନରେ ୭୭୫ ଜଣ ତୀର୍ଥଯାତ୍ରୀ ଓ ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ଯାତ୍ରା କରିଛନ୍ତି । ସେମାନେ ବାରଣାସୀ ଓ ଅଯୋଧ୍ୟାରେ ତୀର୍ଥାଟନ ଆସନ୍ତା ୨ ତାରିଖରେ ଓଡିଶା ଫେରିବେ ।
Char Dham Yatra: ଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର
ଏହି ଷଷ୍ଠ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ସାମିଲ ହୋଇଛନ୍ତି ।
Puri: ପୁରୀରେ ନିର୍ମାଣ ହେବ ନୂତନ ପତିତପାବନ ଭକ୍ତ ନିବାସ, ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ଭରପ୍ରାପ୍ତ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଖୋରଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ରୋଡ୍ ଡିଭିଜନ୍ର ବରିଷ୍ଠ ଡିସିଏମ ଆର ମନୋଜ ବାବୁ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କୁ ପ୍ରତୀକାତ୍ମକ ଭାବେ ରେଲୱେ ଟିକେଟ୍ ଓ କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା ।
କୋରାପୁଟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍, ଜଣେ ଗୁରୁତର
ସୂଚନାଯୋଗ୍ୟଯେ, ୨୦୨୬-୨୭ ବର୍ଷରେ ମୋଟ ୧୦ ଟି ପର୍ଯ୍ୟାୟରେ ୮,୦୦୦ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭ୍ରମଣ କରିବାକୁ ଥିବା ବେଳେ ଏହି ଯୋଜନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ବରିଷ୍ଠ ନାଗରିକ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିସାରିଛନ୍ତି ।

58 minutes ago
2


