Pollution Complaint ମଙ୍ଗଳମ ଟିମ୍ବର୍ସର ପରିବେଶ ପ୍ରଦୂଷଣ: ଏଟିଆର୍‌ ଦାଖଲ ପାଇଁ ଓପିସିବିକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

1 hour ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡ଼ୁ):  ମଙ୍ଗଳମ୍ ଟିମ୍ବର୍ସ ଗୋଟିଏ ପଟେ ଧୂଆଁ, କାଠଗୁଣ୍ଡ ଯୋଗୁଁ ନବରଙ୍ଗପୁର ସହର ଓ ଅଂଚଳର ପରିବେଶ ପ୍ରଦୂଷିତ , ବାୟୁର ଏୟାର ପ୍ୟୁରିଫାୟର କମାଉଛି।  କମ୍ପାନୀ ସମ୍ମୁଖରେ ଥିବା ଖୋଲା ପଡିଆରେ ବାହାରୁଥିବା ପାଉଁଶ ଜମା କରାଯାଉଛି। ଏନେଇ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓପିସିବି) କୌଣସି ପଦକ୍ଷେପ ନେଉନାହିଁ। ଏହି ପ୍ରସଙ୍ଗରେ ଦାଖଲ ପିଟିସନର ବିଚାର ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ଓପିସିବିକୁ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍‌ ରିପୋର୍ଟ (ଏଟିଆର୍‌) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ପରିବେଶ ପ୍ରଦୂଷଣ: ‘ବିଜ୍ଞାନ ଯେତିକି ଦାୟୀ, ଆମେ ବି ସେତିକି ଦାୟୀ’
ଆବେଦନକର୍ତ୍ତା ମାନାବାଧିକାର କର୍ମୀ ଅନୁପ ପାତ୍ରଙ୍କ କହିବାନୁସାରେ, କାଖାନାର କାଠ ଗୁଣ୍ଡ ଓ ପାଉଁଶ  ୫କିଲୋମିଟର ପରିଧିରେ ଉଡିବା ଫଳରେ ପାଣିରେ ପଡିଲେ ପାଣି ବି ନଷ୍ଟ ହେଉଛି। କମ୍ପାନୀ ପରିସରରେ କଂଚାମାଲ ଜମା ନାଁରେ ଦୀର୍ଘ ବହୁ ମାସ ଧରି ପ୍ରାୟ ୧୦ହଜାର ଟନ୍ ନିଳଗିରି କାଠ , ବାଉଁଶ ଆଦି ଜମା କରି ରଖିଛି। ଏହି ସ୍ଥାନ  ମ୍ୟାଲେରିଆ , ଡେଙ୍ଗୁ ମଶାର ଘର ପାଲଟିଛି। ଏସବୁକୁ ନେଇ ‘ସମ୍ବାଦ’ରେ ଗତ ସେପ୍ଟମ୍ବର ୧୭ତାରିଖରେ ପ୍ରକାଶିତ ‘‘କଳାଧୁଆଁ, କାଠଗୁଣ୍ଡ କରୁଛି କଲବଲ: ପରିବେଶ ବିଗାଡୁଛି ମଙ୍ଗଳମ ଟିମ୍ବର୍ସ, ତ୍ରୁଟି ଧରିଲା ବିଭାଗ ’’ ଶୀର୍ଷକରେ ବାହାରିଥିବା ରିପୋର୍ଟକୁ ନେଇ ଜାତୀୟ ମାନବିକ ଅଧିକାର କମିଶନରେ ମାମଲା ରୁଜୁ କରିଥିଲେ। ଏନଏଚଆରସି ରାଜ୍ୟ ପ୍ରଦୁଷଣ ବୋର୍ଡକୁ ୪ସପ୍ତାହ ମଧ୍ୟରେ ପୁନଃ ଯାଂଚ କରି ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଏଚଆରସି ଦେଇଥିବା ନୂଆ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଶ୍ରୀ ପାତ୍ର। ପୁନଃ ଯାଂଚ କଲେ କିଏ କମ୍ପାନୀର ଭୂଲକୁ ଘଣ୍ଟ ଘଡାଉଛି ତାହା ସ୍ପଷ୍ଟ ହେବ‌ ବୋଲି କହିଛନ୍ତି ଶ୍ରୀ ପାତ୍ର। 

‘ପ୍ଲାଷ୍ଟିକ ହେଉଛି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ, ଜଳ-ଗୋମାତାଙ୍କ ପ୍ରଥମ ଶତ୍ରୁ’

ଗୋଟିଏ ଦିନ ଚାଲିବା ପାଇଁ କମ୍ପାନୀକୁ  ୨୦୦ଟନ୍‌ କଂଚାମାଲ (କାଠ) ଦରକାର। ଦୀର୍ଘ ଦିନ ଧରି କାଠ ଜମା ହୋଇ ରହିବା ପରେ ଏହା ମଧ୍ୟରେ ଥିବା ଜଳୀୟ ଅଂଶ କମିଯିବା ପରେ ଏହାକୁ କାଟିବା ଏବଂ ପାଉଡର ତିଆରି ବେଳେ ବେଶି ମାତ୍ରାରେ କାଠ ଗୁଣ୍ଡ ଉଡି ଅଂଚଳର ପରିବେଶ ଉପରେ ପ୍ରଭାବ ପଡୁଛି। ଅଂଚଳବାସୀ ବାରମ୍ବାର ମୌଖିକ ଭାବେ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କମ୍ପାନୀ କୌଣସି ପଦକ୍ଷେପ ନେଉନାହିଁ। ଆଂଚଳିକ ପରିବେଶ ପ୍ରଦୁଷଣ ଅଧିକାରୀ ଇଂ ଦୀପେଶ ବିଶ୍ବାଳ ଗତ ଫେବ୍ରୁଆରିରେ ଯାଂଚ କରି ଦୋଷ ତ୍ରୁଟି ଧରିଥିବା ବେଳେ ସଜାଡିବାକୁ ରାଜ୍ୟ ପ୍ରଦୁଷଣ ବୋର୍ଡ ସମୟ ଦେଇଛି ବୋଲି ଜଣାଇ ରିପୋର୍ଟ ଦେଇଥିବା କହିଛନ୍ତି। 

ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ: ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପ୍ରତି ବିପଦ

ଅପରପକ୍ଷରେ, କମ୍ପାନୀ ପରିଚାଳନା ଭୂଲଭଟକା ଯୋଗୁଁ କମ୍ପାନୀ ପରିସରରେ ତେଲ ରହିଥିବା ସ୍ଥାନରେ ଗତ କାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ନିଆଁର ଧୁଆଁ ସମଗ୍ର ଅଂଚଳ କଳାହୋଇଯାଇଥିଲା। ଅଗ୍ନିଶମ ବିଭାଗ ପହଚିଂବା ବେଳେ କମ୍ପାନୀ ପକ୍ଷରୁ ଲିଭାଯାଇଥିବା କହିଛନ୍ତି ଅସିଷ୍ଟାଣ୍ଟ ଫାୟର ଅଫିସର ଦେବପ୍ରସାଦ ଦାଶ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.