ARTICLE AD BOX
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଏନେଇ ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତୁତ ଥିଲେ। ଆଜି (ବୁଧବାର) ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରୁ ଜଣାଯାଇଛି, ୮ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୯ ହଜାରରୁ ଅଧିକ ମାଛଧରା ଡଙ୍ଗା ଉଦ୍ଧାର କରାଯାଇଥିବା ବେଳେ ୪ ହଜାରରୁ ଊର୍ଦ୍ଧ୍ବ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ
ସ୍ୱତନ୍ତ୍ର ରିଲିଫ୍ କମିଶନର ( ଏସଆରସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ ମୁକାବିଲା ସମ୍ପର୍କିତ ତଥ୍ୟ ରଖିଥିଲେ।
ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ସମସ୍ତ ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ଟି ପ୍ରଭାବିତ ଜିଲ୍ଲାରେ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି (୧୪୧ ସ୍ଥାୟୀ + ୧,୯୨୬ ଅସ୍ଥାୟୀ) ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସମୁଦ୍ରରୁ ୧୧,୯୫୫ ଓ ଚିଲିକାରୁ ୭,୧୮୮ ଏହିଭଳି ମୋଟ ୧୯,୧୪୩ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି ।
Cyclone Arnab Preparedness: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ୮ ଜିଲ୍ଲାର ୪୬୬ଟି ଆଶ୍ରୟସ୍ଥଳୀ, ୪୮ହଜାର ସ୍ଥାନାନ୍ତର
ଗତ ୨୪ ଘଣ୍ଟା ମଧ୍ୟରେ ଆଜି (ବୁଧବାର) ସକାଳ ୮.୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୩.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୪ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ବର୍ଷା ହୋଇଥିବା ବ୍ଲକ୍: କୋରାପୁଟର ପଟ୍ଟାଙ୍ଗି (୧୮୮.୦ ମିମି), ଗଜପତିର ମୋହନା (୧୮୨.୪ ମିମି), ଗଞ୍ଜାମ ବ୍ଲକ୍ (୧୬୧.୪ ମିମି), ଛତ୍ରପୁର (୧୫୪.୬ ମିମି) ଏବଂ ସିମିଳିଗୁଡ଼ା (୧୪୩.୧ ମିମି) । ଜିଲ୍ଲାଗୁଡିକରେ ହାରାହାରି ବର୍ଷା ମଧ୍ୟରେ ଗଜପତି (୧୨୧.୨ ମିମି), ଗଞ୍ଜାମ (୮୩.୧ ମିମି), କୋରାପୁଟ (୬୧.୦ ମିମି) ଏବଂ ପୁରୀ (୫୪.୨ ମିମି) ରହିଛି ।
Cyclone Arnab Preparedness ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା, ୮୩ ସେଟ୍ ଜରୁରୀକାଳୀନ ଟାୱାର ଓ ୧୧୧୫ କିମି କଣ୍ଡକ୍ଟର ମହଜୁଦ
ସମଗ୍ର ରାଜ୍ୟରେ ମୋଟ ୬୨ଟି ଓଡ୍ରାଫ୍, ୯ଟି ଏନ୍ଡିଆର୍ଏଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ ହୋଇଛନ୍ତି । ଏଥିସହିତ ୧,୫୧୦ଟି ପାୱାର ଚେନ୍-ସ', ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ ଟି ଜଳ ନିଷ୍କାସନ ପମ୍ପ ଓ ୨୨୫ଟି ଟାୱାର ଲାଇଟ୍ ମୁତୟନ ଅଛି । ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
Satellite spots Cyclone Arnab: ଉପଗ୍ରହ ଚିତ୍ରରେ ବିଶାଳ ବାତ୍ୟା ‘ଅର୍ଣ୍ଣବ’, ଅଧା ଭାରତକୁ ଘୋଡ଼ାଇଲା ମେଘମାଳା
ଚୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍, ପଲିଥିନ୍ ଏବଂ ଆଣ୍ଟି-ସର୍ପ ଭେନମ୍ (ASV) ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଇଛି । ଟିପିଏସ୍ଓଡିଏଲ୍ ଅଧୀନରେ ପ୍ରଭାବିତ ୨୦,୧୯,୧୨୪ ଗ୍ରାହକଙ୍କ ମଧ୍ୟରୁ ୬୫.୪୧% (୧୩,୨୦,୭୦୫ ଜଣ) ଙ୍କୁ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇସାରିଛି । ଗଜପତିରେ ସର୍ବାଧିକ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଛି ।

1 hour ago
2


