Accident: ୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ଯୁବକ

57 minutes ago 2
ARTICLE AD BOX

ବୈଶିଙ୍ଗା: ୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା। ଭାରସାମ୍ୟ ହରାଇ ଡାଇଭର୍ସନ ଡେଇଁ ବାରମ୍ବାର ଓଲଟିଲାସ୍କର୍ପିଓ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡ଼ିରେ ଥିବା ୨ ଯୁବକ। ଦୁର୍ଘଟଣାରେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କିଛି ସମୟ ପାଇଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁଯାୟୀ, ସୋର ଅଞ୍ଚଳର ୨ ଯୁବକ OD-35-H-5714 ନମ୍ବର ବିଶିଷ୍ଟ ସ୍କର୍ପିଓ ଯୋଗେ କୌଣସି କାମରେ ବାରିପଦା ଅଭିମୁଖେ ଯାଉଥିଲେ। ପଦ୍ମନାଭପୁର ଟୋଲ୍ ପ୍ଲାଜା ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଡାଇଭର୍ସନ ଡେଇଁ ଯାଇଥିଲା। ଏହାପରେ ଗାଡ଼ିଟି ରାସ୍ତାରେ ଏକାଧିକ ଥର ଓଲଟି ରାଜପଥର ବିପରୀତ ପାର୍ଶ୍ୱରେ ପଡ଼ିଥିଲା।

ଗାଡ଼ି ଭିତରେ ଫସି ରହିଥିଲେ ଉଭୟ ଯୁବକ

ଦୁର୍ଘଟଣା ପରେ ଗାଡ଼ି ଭିତରେ ଫସି ରହିଥିଲେ ଉଭୟ ଯୁବକ। ଖବର ପାଇ ସ୍ଥାନୀୟ ଟୋଲ୍ ପ୍ଲାଜା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପଛପଟ କବାଟ ଖୋଲି ଉଭୟଙ୍କୁ ବାହାରକୁ ଆଣିଥିଲେ। ଦୁର୍ଘଟଣାରେ ଦୁଇ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସ୍କର୍ପିଓଟିର ଅବସ୍ଥା ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ସ୍ପଷ୍ଟ ଅନୁମାନ କରିହେଉଛି। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ପ୍ରାଥମିକ ତଦନ୍ତରୁ ସ୍କର୍ପିଓର ଡାହାଣ ପଟ ପଛ ଟାୟାର ଫାଟିଯିବା ପରେ ଗାଡ଼ି ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।

Land Dispute: ଜମିବାଡ଼ିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ, ମାରଣାସ୍ତ୍ର ଆକ୍ରମଣରେ ଜଣେ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.