Accused Arrested: ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା, ଏତଲାର କିଛି ଘଣ୍ଟା ମଧ୍ୟରେ ବନ୍ଧା ହେଲା ଅଭିଯୁକ୍ତ

3 days ago 3
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଥାନାରେ ଲିଖିତ ଏତଲାର କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ କାବୁ କରି ନେଇଥିବା ସୂଚନା ମିଳିଛି। ଅଭିଯୁକ୍ତର ଘର ଥାନା ଅନ୍ତର୍ଗତ ମେଢ଼ା ଅଞ୍ଚଳରେ। ସେ ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ପରେ ପୀଡ଼ିତାପରିବାର ଲୋକଙ୍କୁ ଜଣାଇଥିଲେ।

ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ

ଏହା ପରେ ରାତିରେ ପରିବାର ଲୋକେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ସୋ ଓ ଅନ୍ୟ ଦଫାରେ ମାମଲା ରୁଜୁ କରି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଅଭିଯୁକ୍ତକୁ ଗିରଫ କରିଛି। ଆଜି ଆବଶ୍ୟକ ଆଇନଗତ ପ୍ରକ୍ରିୟା ମଧ୍ୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.