Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_pbee15gc6cior7v1e6r68jtllc, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Adani Group Investment ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା - CGPT.IN

Adani Group Investment ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା

4 weeks ago 10
ARTICLE AD BOX

ଭୁବନେଶ୍ୱର: ଅଦାନୀ ଗ୍ରୁପ୍‌ର ପ୍ରତିନିଧିମାନେ ଆଜି (ଗୁରୁବାର) ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ରାଜ୍ୟରେ ସ୍ୱଚ୍ଛଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ବୃହତ୍ ପୁଞ୍ଜି ନିବେଶ ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ନିବେଶ ପଦକ୍ଷେପର ଅଂଶସ୍ୱରୂପ, ବିଶ୍ୱସନୀୟ ଏବଂ କମନିର୍ଗମନ ବିଶିଷ୍ଟ ଶକ୍ତି ଯୋଗାଇବା ପାଇଁ ଅଦାନୀ ଗ୍ରୁପ୍ ଦୁଇଟି ୩୦୦୦ ମେଗାୱାଟ୍‌ର ପରମାଣୁ ବିଦ୍ୟୁତ୍ ପ୍ରକଳ୍ପ , ୨୪୦୦ ମେଗାୱାଟ୍‌ର ୟୁଏସ୍‌ସି ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସପି) ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି।

ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ କମାଇଲା ଆଦାନି, ବିଲ୍‌ ପୈଠ ବାକି ରହିଛି

ସୂଚନାଯୋଗ୍ୟ ଆଦାନୀ ଗ୍ରୁଫ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ୧.୮୦ ଗିଗାୱାଟ୍‌ର ଏକ ପମ୍ପଡ ଷ୍ଟୋରେଜ୍‌ ପ୍ରକଳ୍ପ ବିକଶିତ କରାଯାଉଛି। ଶକ୍ତି ଆଇନ୍ ୨୦୨୫ର ଉପଯୋଗ କରି ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବା ସହ ଆକଳନ ଅନୁଯାୟୀ ୨୨,୦୦୦ ରୁ ଅଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। 

ବାଂଲାଦେଶକୁ ୪ ଦିନ ମହଲତ ଦେଲା ଆଦାନି, ବକେୟା ନଦେଲେ ବିଜୁଳି ଯୋଗାଣ ବନ୍ଦ ହେବ

ଏହି ଆଲୋଚନାରେ ଆଦାନୀ ପାୱାର ଲିମିଟେଡ୍‌ର ପ୍ରତିନିଧି, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ଗ୍ରିଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ, ଓପିଜିସି, ଓଏଚପିସି, ଗ୍ରିଡ଼କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.