ARTICLE AD BOX
ମାନିଲା: ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା ହୋଇଛି। ବାଟାଙ୍ଗାସ୍ ପ୍ରଦେଶର ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି ଏସଏଫ-୨୬୦ ବିମାନ ମଧ୍ୟରେ ହୋଇଥିବା ଧକ୍କାରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା। ବାୟୁସେନା ଘାଟି ପରିସରରେ ଏହି ଦୁର୍ଘଟଣା ଘଟିଛି।
ଦୁଇଟି ବିମାନ ଧକ୍କା
ଫିଲିପାଇନ୍ସ ବାୟୁସେନା ଅନୁଯାୟୀ,ଦୁର୍ଘଟଣାର କାରଣ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବାୟୁସେନା ଏହାର ସମସ୍ତ ଏସଏଫ-୨୬୦ ତାଲିମ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡ କରିଛି। ଚଳିତ ବର୍ଷ ମେ’ ମାସରେ ଉତ୍ତର ଫିଲିପାଇନ୍ସର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଏସଏଫ-୨୬୦ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

3 days ago
5


