ARTICLE AD BOX
ଭୁବନେଶ୍ବର: ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍ ରିଲାଏନ୍ସ ଓ ଆଦାନୀ ମଧ୍ୟରେ ପ୍ରତିଯୋଗିତାର ନୂଆ ଅଧ୍ୟାୟ ଆରମ୍ଭ ହେବାର ସଙ୍କେତ ମିଳିଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବାକୁ ବିଚାର କରୁଛି। ରିଲାଏନ୍ସର ଏହି ଯୋଜନା ଏବେ ପ୍ରାରମ୍ଭିକ ଓ ଅନୁସନ୍ଧାନମୂଳକ ପର୍ଯ୍ୟାୟରେ ରହିଛି। କମ୍ପାନି ନିଜର ପ୍ରସ୍ତାବିତ କୋଇଲା ଗ୍ୟାସିଫିକେସନ୍ ବ୍ୟବସାୟକୁ ଧାତୁ ଉତ୍ପାଦନ ସହ ଯୋଡ଼ି ଏହାର ବ୍ୟବସାୟିକ ସମ୍ଭାବନା ବଢ଼ାଇବା ନେଇ ବିଚାର କରୁଛି। ରିଲାଏନ୍ସ ପକ୍ଷରୁ ଆନ୍ଧ୍ରରେ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ କରାଯାଉଛି। ସେହି ଗ୍ୟାସ୍କୁ ଆଲୁମିନିୟମ ଶିଳ୍ପର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବାରେ ଉପଯୋଗ କରାଯାଇପାରିବ। ତେଣୁ ଏକ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ଉପରେ ରିଲାଏନ୍ସ ବିଚାର କରୁଛି।
Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ
ଓଡ଼ିଶାର ଆଲୁମିନିୟମ ଶିଳ୍ପ ପ୍ରତି ରିଲାଏନ୍ସର ଆଗ୍ରହ ଥିବା ସମ୍ପର୍କରେ କର୍ଲାପାଟ ବକ୍ସାଇଟ୍ ଖଣି ନିଲାମ ବେଳେ ଜଣାପଡ଼ିଥିଲା। ରିଲାଏନ୍ସ ଏହି ଖଣିର ନିଲାମ ପାଇଁ ଟେଣ୍ଡର କାଗଜପତ୍ର କିଣିଥିଲା। ପ୍ରାୟ ୩,୧୦୦ ହେକ୍ଟର ଅଞ୍ଚଳରେ ଥିବା କାର୍ଲାପାଟ୍ ବ୍ଲକ୍ରେ ୨୦ କୋଟି ଟନ୍ରୁ ଅଧିକ ବକ୍ସାଇଟ୍ ଥିବା ଆକଳନ କରାଯାଇଛି। ତେବେ ରିଲାଏନ୍ସ କାର୍ଲାପାଟ୍ ଖଣି ହାସଲ କରିପାରିନାହିଁ। ନିଲାମରେ ବେଦାନ୍ତ ଗ୍ରୁପ୍ର ସଂସ୍ଥା ‘ବାଲକୋ’ ୧୭୫% ପ୍ରିମିୟମ୍ ଦେଇ ଏହି ଖଣି ପାଇଁ ପସନ୍ଦର ବିଡର୍ ହୋଇଛି।
Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...
ଦେଶର ଦୁଇ ପ୍ରମୁଖ ଧନୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ଓଡ଼ିଶାର ଆଲୁମିନିୟମ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଇବା ଏହି କ୍ଷେତ୍ରରେ ନିବେଶ ବଢ଼ିବାର ଏକ ଭଲ ସଙ୍କେତକୁ ଦର୍ଶାଉଛି। ଆଦାନୀ ଏଣ୍ଟରପ୍ରାଇଜେସ୍ ଓଡ଼ିଶାର ଆଲୁମିନିୟମ୍ ଶିଳ୍ପରେ ୧ ଲକ୍ଷ କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛି। ୟୁଏଇର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନି (ଆଇଏଚ୍ସି) ସହଭାଗିତାରେ ହେବାକୁ ଥିବା ଏହି ପ୍ରକଳ୍ପର ବାର୍ଷିକ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ୨୦ ଲକ୍ଷ ଟନ୍ ରହିବ। ରିଲାଏନ୍ସ ଏହି କ୍ଷେତ୍ରରେ ପ୍ରବେଶ କଲେ ପ୍ରତିଯୋଗିତା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ପୂର୍ବରୁ ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଆଲୁମିନିୟମ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋର ରାଜ୍ୟ ଆଲୁମିନିୟମ ଶିଳ୍ପରେ ଦୃଢ଼ ଉପସ୍ଥିତି ରହିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ମଧ୍ୟ ଏକ ଆଗଧାଡ଼ିର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ। ଓଡ଼ିଶାରେ ବିପୁଳ ପରିମାଣର ବକ୍ସାଇଟ୍ ଗଚ୍ଛିତ ଥିବାରୁ ଆଲୁମିନିୟମ କମ୍ପାନିଗୁଡ଼ିକ ଓଡ଼ିଶା ପ୍ରତି ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ। ଏହି ଶିଳ୍ପ ପାଇଁ ରାଜ୍ୟରେ କଞ୍ଚାମାଲ, ବିଶୋଧନାଗାର, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ଭଳି ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି। ଆଦାନୀ ପରେ ରିଲାଏନ୍ସ ଆସିଲେ ଓଡ଼ିଶା ଆଲୁମିନିୟମ ଶିଳ୍ପରେ ପ୍ରତିଯୋଗିତା ବଢ଼ିବା ଆଶା କରାଯାଉଛି।

17 hours ago
4


