Angul politics: ଅନୁଗୋଳ ରାଜନୀତି ଚଳଚଞ୍ଚଳ: ବିଜେପିରେ ଗୋଷ୍ଠୀ ବଢ଼ୁଛି, ବିଜେଡିର ଭୟ ଛାଡ଼ୁଛି

18 hours ago 4
ARTICLE AD BOX

ଅନୁଗୋଳ: ସାଧାରଣ ନିର୍ବାଚନ ପରେ ଏକ ପ୍ରକାର ନିରବ ହୋଇଯାଇଥିଲେ ବିଜେଡି ଓ କଂଗ୍ରେସ। କ୍ଷମତାକୁ ଆସୁ ଆସୁ ବିଜେପି ମାଡ଼ି ମାଡ଼ି ଚାଲିଥିଲା ବେଳେ ଉଭୟ ଦଳ ନିଜ ଲୋକଙ୍କୁ ପାଖରେ ରଖିବା କଷ୍ଟକର ହୋଇପଡ଼ିଥିଲା। କିନ୍ତୁ, ଏଇ କିଛି ଦିନ ହେଲା ପୁଣି କଡ଼ ଲେଉଟାଇଛି ଅନୁଗୋଳ ରାଜନୀତି। ସଂଗଠନକୁ ସଜାଡ଼ି ପୁଣି ଲଢ଼ିବାକୁ ବିଜେଡି ଅଣ୍ଟା ଭିଡ଼ିଲାଣି। ଏପଟେ କଂଗ୍ରେସ ବି ଲୋକଙ୍କ ପାଖକୁ ଯିବାର କୌଣସି ସୁଯୋଗ ହାତଛଡ଼ା କରୁନି। ଅନୁଗୋଳ ଜିଲ୍ଲା ବିଜେଡିର ଗଡ଼ ଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନରେ ୫ଟି ବିଧାନସଭା କ୍ଷେତ୍ରରୁ ବିଜେପି ୩ଟି ଛଡ଼ାଇ ନେଇଥିଲା।

Inner Voice: ଅନ୍ତଃ ସ୍ବର: ତୀର୍ଥ, ପର୍ଯ୍ୟଟନ ଓ ଐତିହ୍ୟ ସୁରକ୍ଷା

ପୁରୁଣା ଲୋକଙ୍କ ଉପରେ କଂଗ୍ରେସର ଭରସା
ଧର୍ମେନ୍ଦ୍ରଙ୍କ ପାଖଲୋକ ହେବାକୁ ନେତାଙ୍କ ପ୍ରୟାସ
ସରକାର ବିରୋଧୀ ପ୍ରସଙ୍ଗ ଖୋଜୁଛି ବିଜେଡି

ବିଜେଡି ମାତ୍ର ୨ଟି ଆସନ ବଞ୍ଚାଇ ପାରିଥିଲା। ପୁଣି ରାଜ୍ୟରେ କ୍ଷମତାରୁ ହଟିଥିଲା। ଏହା ପରେ ବିଜେଡି ଶିବିର ଏକ ପ୍ରକାର ହତାଶ ହୋଇପଡ଼ିଥିଲା। ନେତାମାନେ ନିରବ ରହିବା ପରେ କର୍ମୀ ଦଳଡିଆଁ ଆରମ୍ଭ କରିଥିଲେ। ଲାଗୁଥିଲା, ଆସନ୍ତା ନିର୍ବାଚନ ବେଳକୁ ବିଜେଡି ଭାଡ଼ି ଖାଲି ହୋଇଯାଇଥିବ। କିନ୍ତୁ, ଏଇ କିଛି ମାସ ହେଲା ବିଜେଡି ପୁଣି ସଂଗଠିତ ‌ହେବାକୁ ଚେଷ୍ଟା କରୁଛି। ବିଜେପିକୁ ସାମନା କରିବା ପାଇଁ ରଣନୀତି ତିଆରି କରୁଛି। ବର୍ଷକ ତଳେ ବିଜେପି ପ୍ରତି ଥିବା ଭୟ ଆଉ ନାହିଁ। ଚଳିତ ମାସରେ ତାଳଚେରରେ ଏକ ଖୋଲା ସଭାରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ମୁହାଁମୁହିଁ ହୋଇଗଲେ। ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଥିଲେ ବ୍ରଜ। ଏପଟେ ନିୟମିତ ସଭାସମିତି କରି ସରକାର ବିରୋଧୀ ପ୍ରସଙ୍ଗକୁ ସେମାନେ ତାଜା କରି ରଖିଛନ୍ତି। ଅନୁଗୋଳ ଜିଲ୍ଲାରେ ନର୍ସ କେଳେଙ୍କାରୀ, ଛେଣ୍ଡିପଦାରେ ପ୍ରଦୂଷଣ ବିରୋଧୀ ଆନ୍ଦୋଳନ, ତାଳଚେରରେ ଶ୍ରମିକ ବିରୋଧୀ କାର୍ଯ୍ୟକୁ ପ୍ରସଙ୍ଗ କରି ବିଜେଡି ଆଗକୁ ଆସିଛି। 

Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ

ଏପଟେ କ୍ଷମତାକୁ ଆସିବା ପରେ ବିଜେପିରେ ଗୋ‌ଷ୍ଠୀ ବଢ଼ିଛି। ନୂଆ ନୂଆ ଏକଥା ସାମ୍‌ନାକୁ ଆସୁନଥି‌‌ଲା। କିନ୍ତୁ, ଏବେ ବିଭିନ୍ନ ଗୋଷ୍ଠୀ ନିଜ ଦବ୍‌ଦବା ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ଖୋଲାଖୋଲି କେହି କାହାରିକୁ ବିରୋଧ କରୁନଥି‌ଲେ ମଧ୍ୟ ଭିତରେ ଭିତରେ ଗୋଛି କାଟିବାକୁ ଚାଲ୍‌ ଖେଳୁଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ବିଜେପିର ନେତା ହେବା ପାଇଁ ତ ପାଖାପାଖି ଡଜନେ ଆଶାୟୀ ଗୋଡ଼ ଟେକି ବସିଛନ୍ତି। ତାଳଚେରରେ ବି ସମାନ ସ୍ଥିତି। ଅନୁଗୋଳ ଓ ଛେଣ୍ଡିପଦାରେ ବି କିଛି ନେତା ନିଜ ପ୍ରଭାବ ବଢ଼ାଇବାକୁ ଲାଗିପଡ଼ିଛନ୍ତି। ବିଶେଷକରି ଧର୍ମେନ୍ଦ୍ରଙ୍କ ପାଖଲୋକ ହେବା ପାଇଁ ଚାଲିଥିବା ପ୍ରତିନ୍ଦ୍ବନ୍ଦ୍ବିତା ଭିତରେ ବିଜେପି ଶିବିର ଗୋଳିଆ ହେଉଛି। ଏମିତି ସ୍ଥିତିର ଫାଇଦା ନେବା ପାଇଁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ପାଖକୁ ଯିବା ଆରମ୍ଭ କରିଛି। ନିୟମିତ ପ୍ରତିବାଦ ସଭା, ଶୋଭାଯାତ୍ରା କରିବା ସହ ନିଜ ପୁରୁଣା ଲୋକଙ୍କୁ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଏଥିପାଇଁ ଅନୁଗୋଳ ଜିଲ୍ଲା ରାଜନୀତି ଚଳଚଞ୍ଚଳ ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.