Anu: ଡବଲ୍‌ ଧମାକା ଅପେକ୍ଷାରେ ଅନୁ

6 days ago 4
ARTICLE AD BOX

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ତଥା ଅଭିଷେକ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଜୟହିନ୍ଦ୍’ ଏବଂ ଅମାନତ ଦାସଙ୍କ ପ୍ରଯୋଜିତ ତଥା ସନ୍ତୋଷ ବିଶ୍ବାଳଙ୍କ ନିର୍ଦ୍ଦେଶିତ ‘ମୁରଲୀ’। ଉଭୟ ଛବିରେ ଅନୁଙ୍କୁ ଦମ୍‌ଦାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଚର୍ଚ୍ଚା ହେଉଛି, ନିଜ ଫିଲ୍ମ କ୍ୟାରିୟର୍‌ରେ ଅନୁ ଏଭଳି ଭୂମିକାରେ କେବେ ଆସି ନାହାନ୍ତି।

‘ମୁରଲୀ’ରେ ଜଣେ ପୁଲିସ ଅଧିକାରୀ ସାଜିଛନ୍ତି ଅନୁ। ନାଁ ଇନ୍‌ସ୍‌ପେକ୍ଟର୍‌ ତୃପ୍ତି ସିହ୍ନା। ଦବଙ୍ଗ ଅଧିକାରୀ ତୃପ୍ତି ଏକ ହତ୍ୟାକାଣ୍ଡର ତଦନ୍ତ କରି ଅପରାଧୀକୁ ଧରୁଥିବା ହିଁ କାହାଣୀର ମୁଖ୍ୟ ପ୍ରସଙ୍ଗ। ‘ମୁରଲୀ’ରେ ଫୁଲ୍ ଆକ୍‌ସନ୍ ଅବତାରରେ ଅନୁ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ‘ଜୟହିନ୍ଦ୍‌’ରେ ପ୍ରଥମଥର ପାଇଁ ‌ଅନୁଙ୍କୁ ସଂପୂର୍ଣ୍ଣ ଭିନ୍ନ ଚରିତ୍ର ଓ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ସବୁଠାରୁ ବଡ଼ କଥା ହେଲା, ଏହି ସିନେମାରେ ନିଜର ଲୁକ୍‌ ନିଜେ ଡିଜାଇନ୍ କରିଛନ୍ତି ଅନୁ। ‘ଜୟହିନ୍ଦ୍‌’ରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ‘ରାଧିକା’। ଜଣେ ନିର୍ଯାତିତା ନାବାଳିକା ପାଇଁ ସଂଘର୍ଷ କରି ତାକୁ କିପରି ରାଧିକା ନ୍ୟାୟ ଦେଉଛନ୍ତି, ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ। ତେବେ ରାଧିକାଙ୍କର ବି ଏକ ଫ୍ଲାସ୍‌ବ୍ୟାକ୍ କାହାଣୀ ରହିଛି ସିନେମାରେ, ଯାହା ଦର୍ଶକଙ୍କୁ ଆମୋଦିତ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.