Armed Robbers ରାତି ଅଧରେ ଘରେ ପଶିଲେ, ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କାଗହଣା

6 days ago 4
ARTICLE AD BOX

ନବରଙ୍ଗପୁରଳ (ସୁରେଶ ନାଇଡ଼ୁ):  ନବରଙ୍ଗପୁରଜିଲ୍ଲା  ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦପୁର ବ୍ଲକର ଦହଣା ଗାଁରେ ଗତକାଲି (ଗୁରୁବାର) ବିଳମ୍ବିତ  ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ଉମେଶଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରି ଘରେ ଥିବା ଗହଣା, ଟଙ୍କା ଆଦି ନେଇ ପଳାଇଛନ୍ତି। 

ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଲୁଟ୍‌

ଅଭିଯୋଗ ଅନୁସାରେ,  ଗତକାଲି ବିଳମ୍ବିତ ରାତି  ପ୍ରାୟ ଏକ ଘଣ୍ଟା ସମୟରେ ପ୍ରାୟ ୮ ଜଣ ମୁଖା ପିନ୍ଧା  ଦୁର୍ବୃତ୍ତ ଦହଣା ଗ୍ରାମର  ଉମେଶଙ୍କ ଘରେ ପଶିଥିଲେ। ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଦୁର୍ବୃତ୍ତମାନେ ଉମେଶ ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ହାତ ବାନ୍ଧି ଦେଇ ବେକରେ ମାରଣାସ୍ତ୍ର ରଖିଥିଲେ। 

Loot: ଗୁରୁମାଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ଦୁର୍ବୃତ୍ତମାନେ ପୁଷ୍ପଲତା ପିନ୍ଦିଥିବା ସୁନାର କାନଫୁଲ ଟାଣି କାନ ଛିଣ୍ଡାଇ ଦେଇଥିଲେ । ଏହାସହ ଭୟଭୀତ କରି ଦୁର୍ବୃତ୍ତମାନେ ଘରେ ଥିବା ଆଲମିରା ଓ ବକ୍ସ ଭାଙ୍ଗି ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ,  ୫ ତୋଳା ଓଜନ ସୁନାର ଗୋଟିଏ ସୁନା ହାର, ୨ ଟି  ସୁନା ମୁଦି, ଗୋଟିଏ ସୁନା କାନ ଫୁଲ, ୨ ଟି ସୁନା ଲୋକେଟ, ସୁନା ମଙ୍ଗଳ ସୂତ୍ର,  ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । 

Robbery: ଡାକ୍ତରଙ୍କ ଘରେ ଡକାୟତି: ହାତଗୋଡ଼ ଓ ମୁହଁ ବାନ୍ଧି ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ୍

ପୁଲିସକୁ ଏନେଇ ରାତି ଫୋନ ମାଧ୍ୟମରେ ସୂଚନା ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ବର୍ତ୍ତମାନ ଘରେ ଓ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ପୁଟେଜ୍ ଯାଞ୍ଚ କରାଯାଉଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ  କୃଷ୍ଣ ଚନ୍ଦ୍ର ଭତ୍ରା ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.