ARTICLE AD BOX
ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଆଜି ଭୁବନେଶ୍ବରରେ ଅନୁଭୂତ ହୋଇଛି। ଆଜି ସକାଳୁ ପାଗ କୋହଲା ରହିବା ସହ ଲଗାଣ ବର୍ଷା ସଂପୂର୍ଣ୍ଣ ଭୁବନେଶ୍ବରକୁ ଭିଜେଇଛି। ଏହା ଜନଜୀବନକୁ ପ୍ରଭାବିତ କରିଛି। ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହୋଇନଥିଲେ ବି ଲଗାଣ ବର୍ଷା କାରଣରୁ ରାସ୍ତାଘାଟରେ ଅନେକ ସ୍ଥାନରେ ପାଣି ଜମି ଯା’ଆସରେ ସମସ୍ୟା ସୃଷ୍ଟି କରିଛି।
FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍ଟ୍ୟାଗ୍ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି
ଗତକାଲିଠାରୁ ବାତ୍ୟା ‘ଅର୍ଣ୍ଣବ’ର ପ୍ରତିକୂଳ ପ୍ରଭାବ ଅନୁଭବ ଆରମ୍ଭ ହୋଇଯାଇଥିଲା। ସଂଧ୍ୟାରୁ ଝିପିଝିପି ବର୍ଷା ବି ଆରମ୍ଭ ହୋଇଯାଇଥିଲା। କିନ୍ତୁ ରାତିରେ ବର୍ଷା ଛାଡ଼ି ଯାଇଥିଲା। ପାଗ ମେଘୁଆ ରହିଥିଲା। ଆଜି ସକାଳୁ ଚାହୁଁଚାହୁଁ କଳାହାଣ୍ଡିଆ ମେଘ ସାରା ସହରକୁ ଆଚ୍ଛାଦିତ କରି ଦେଇଥିଲା। ହାଲୁକା ପବନ ବି ପିଟୁଥିଲା। ସକାଳ ପ୍ରାୟ ୮ଟାରୁ ଲଗାଣ ବର୍ଷା ଆରମ୍ଭ ହୋଇଯାଇଥିଲା। ମଝିରେ ମଝିରେ ପବନ ଓ ବର୍ଷାର ମାଡ଼ ବି ପ୍ରଖର ରହିଥିଲା। ୯ଟାରୁ ୧୦ଟା ଭିତରେ ବର୍ଷା ପ୍ରବଳ ଛେଚିଥିଲା। ପରେ ବର୍ଷାର ପ୍ରକୋପ କମିଥିଲେ ବି ଝିପିଝିପି ବର୍ଷା ଲାଗି ରହିଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳକୁ ବର୍ଷା ଛାଡ଼ି ଯାଇଥିଲା। ପୁଣି ଅପରାହ୍ଣ ୪ଟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଆଜି ବର୍ଷାର ଏଭଳି ଲୁଚକାଳି ଖେଳ ଜନଜୀବନକୁ ପ୍ରଭାବିତ କରିଥିଲା।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ସେପଟେ ବୁଧବାର ସକାଳୁ ବାତ୍ୟା ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହାକୁ ଆଖି ଆଗରେ ରଖି ବିଏମ୍ସି ପକ୍ଷରୁ ପ୍ରାକ୍ ପ୍ରସ୍ତୁତି କରାଯାଇଛି। ମେୟର ସୁଲୋଚନା ଦାସ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆପାତକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ୩୨ରୁ ଅଧିକ ଅଧିକାରୀଙ୍କୁ ନେଇ ୮ଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ବିଶେଷ କରି ଜଳବନ୍ଦୀ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜଳବନ୍ଦୀ ଅଞ୍ଚଳରେ ପାଣିପମ୍ପ ସେଟ୍ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଛି। ନାଳ ଅବରୋଧ ଓ ଅନ୍ୟ ସମସ୍ୟା ଉପରେ ନଜର ରଖିବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଲଖମା ସ୍ଥାନକୁ ବିପଦମୁକ୍ତ ରଖିବାକୁ କୁହାଯାଇଛି।

44 minutes ago
3


