ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୮ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ଥିବାରୁ ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିଶେଷକରି ମୋଟୁ ସୀମାନ୍ତ, କାଲିମେଳା ଓ ପଡ଼ିଆ ଅଞ୍ଚଳ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି।
Odisha Cyclone Preparedness: ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି: ୨୪ଟି ଓଡ୍ରାଫ୍, ୬ଏନ୍ଡିଆର୍ଏଫ୍ ଟିମ୍ ମୁତୟନ
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଏକ ସୂଚନାରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଛନ୍ତି। ସୂଚନାନୁସାରେ, କାଲିମେଳା ଅଂଚଳରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଏଥିସହ ଚିତ୍ରକୋଣ୍ଡା ଏବଂ ମାଥିଲି ବ୍ଲକରେ ମଧ୍ୟ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି। ବିଶେଷ କରି ବଣ୍ଡାଘାଟି ଏବଂ ଚିତ୍ରକୋଣ୍ଡା ଅଂଚଳରେ ଭୁସ୍ଖଳନ ହେଉଥିବାରୁ ଏହି ଅଂଚଳରେ ଜେସିବି ସହ ଅନ୍ୟ ଯନ୍ତ୍ରାଂଶ ମହଜୁଦ କରି ରଖାଯାଇଛି।
Cyclone Arnab Alert: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ, ଭସାପୋଲ ଉପରେ ବି କଟକଣା
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇଏଏସ ଡ.ୟାଦୁଲା ବିଜୟଙ୍କୁ ମାଲକାନଗିରିର ନୋଡାଲ ଅଧିକାରୀ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି। ଆଜି ରାତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଅଞ୍ଚଳର ପରିସ୍ଥିତି ତଦାରଖ କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା, ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ଏବଂ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଗର୍ଭବତୀ ମହିଳାଙ୍କୁ ତୁରନ୍ତ ସିଏଚସି,ପିଏଚସି ଏବଂ ମା‘ଗୃହମାନଙ୍କରେ ସ୍ଥାନାନ୍ତର କରାଯାଇଛି। ଏଥିସହ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବର୍ଷା ଯୋଗୁଁ ନଦୀନାଳର ଜଳସ୍ତର ବୃଦ୍ଧି, ରାସ୍ତାଘାଟରେ ଜଳବନ୍ଦୀ ଓ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ଏସବୁ ଦିଗ ଉପରେ ମଧ୍ୟ ନଜର ରଖାଯାଉଛି।
Cyclone ‘Arnab’: ବାତ୍ୟା ‘ଅର୍ଣ୍ଣବ’: ଦେଢ଼ ଲକ୍ଷ ଲୋକ ସ୍ଥାନାନ୍ତର ଯୋଜନା
ପାଣିପାଗ ଆକଳନ ଅନୁଯାୟୀ, ଆସନ୍ତା ୨୮ ତାରିଖ ସକାଳ ସାଢେ ୮ଟାରୁ ୨୯ ତାରିଖ ସାଢେ ଆଠଟା ମଧ୍ୟରେ ବାତ୍ୟାର ପ୍ରଭାବ ବିଶେଷ କରି ମୋଟୁ ଅଞ୍ଚଳରେ ପଡିବ ବୋଲି ଜଣାପଡିଛି। ଏହି ଅଂଚଳରେ ୮୦ରୁ ୯୦ ବେଗରେ ପବନ ବହିବା ସହ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାବାସୀ ଆତଙ୍କିତ ନହୋଇ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ବିପଦପୂର୍ଣ୍ଣ ଅଞ୍ଚଳକୁ ନଯିବା ଏବଂ ନଦୀ, ନାଳ ଓ ଜଳମଗ୍ନ ରାସ୍ତାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

1 day ago
5


